Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମିତି ଏକ ନଈ, ଅନେକ ଦିନ ଯାଏଁ ହୋଇଯାଏ ଗାଏବ, ଏହା ପଛରେ ରହିଛି ବଡ଼ ରହସ୍ୟ…

28/08/2023 at 4:23 PM

ନୂଆଦିଲ୍ଲୀ ୨୮।୦୮:  ବିଶ୍ବରେ ରହିଛି ଅନେକ ନଦୀ । ଯେଉଁ ନଦୀ ବି ହେଉ ନା କାହିଁକି ଏମାନଙ୍କ ରାସ୍ତା କିନ୍ତୁ ବହୁତ ଜଟିଳ । କିନ୍ତୁ ଏମିତି କିଛି ନଦୀ ରହିଛି ଯାହା ରହସ୍ୟମୟୀ । ଏବେ ଭାବୁଥିବେ ଆମେ ନଦୀକୁ କାହିଁକି ରହସ୍ୟମୟୀ କହୁଛୁ । ବାସ୍ତବରେ ଏମିତି ଏକ ନଦୀ ଅଛି ଯିଏକି ନିଜ ଉତ୍ପତିସ୍ଥଳରୁ ବାହାରିଥାଏ କିନ୍ତୁ କିଛି ବାଟ ଯିବା ପରେ ଅଦୃଶ୍ୟ ହୋଇଯାଇଥାଏ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ବାସ୍ତବରେ ଏହା ସତ । ଏହି ନଦୀଟି ୟୁରୋପ ରହିଛି । ଏହାର ନାଁ ହେଉଛି ଡେନ୍ୟୁବ ।

ଡେନ୍ୟୁବ୍‌ ନଦୀ ଜର୍ମାନର ବ୍ଲାକ୍‌ ଫରେଷ୍ଟରୁ ବାହାରିଥାଏ । ଡେନ୍ୟୁବ ନଦୀ ହ୍ରଦର ଦକ୍ଷିଣକୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୁଏ ।  ଯେଉଁଠାରେ ଏହା ସ୍ୱିଜରଲ୍ୟାଣ୍ଡର ବେସେଲ୍ ସହରରେ ପହଞ୍ଚିଥାଏ । ଏଠାରୁ ଏହା ୯୦ ଡିଗ୍ରୀ ବୁଲି ଉତ୍ତର ଆଡକୁ ଗତି କରେ । ଏଠାରେ କନଷ୍ଟାଣ୍ଟ ହ୍ରଦରେ ମିଶିଥାଏ ଡେନ୍ୟୁବ୍‌ ନଦୀ ।  କିନ୍ତୁ ଡେନ୍ୟୁବ୍ କେବେ ହ୍ରଦ ଭିତରକୁ ପ୍ରବେଶ କରେ ନାହିଁ, କିନ୍ତୁ ଏହାର କିଛି ଜଳ କନଷ୍ଟାଣ୍ଟ ହ୍ରଦରେ ପ୍ରବେଶ କରେ । ଯେଉଁଠାରେ ଏହା ଘଟେ, ଏହାକୁ ଡେନ୍ୟୁବ୍ ସିଙ୍କହୋଲ କୁହାଯାଏ। ଏହି ପ୍ରକ୍ରିୟା ଇମେନଣ୍ଡିଜେନ୍‌ ନାମକ ସହରରେ ହୋଇଥାଏ। ପ୍ରଥମ ଥର ପାଇଁ ୧୮୭୪ ମସିହାରେ ଡେନ୍ୟୁବ୍ ନଦୀ ନିଖୋଜ ହୋଇଥିବାର ଚର୍ଚ୍ଚା ହୋଇଥିଲା ।

ଏହି ନଦୀ ନିଜ ରାସ୍ତାର ୨୩ରୁ ୨୪ କିଲୋମିଟର ଯିବା ପରେ ଗାଏବ୍‌ ହୋଇଯାଇଥାଏ । ବାସ୍ତବରେ ଏଠାରେ ଡେନ୍ୟୁବ୍ ନଦୀ ବଡ଼ ଗୁମ୍ଫାରେ ପ୍ରବେଶ କରେ ଏବଂ ଦକ୍ଷିଣ ଦିଗକୁ ପ୍ରବାହିତ ହେବାକୁ ଲାଗିଥାଏ ।  ଗ୍ରୀଷ୍ମ ଋତୁରେ ଏହି ନଦୀ ପ୍ରାୟ ୧୫୫ ଦିନ ପାଇଁ ଅଦୃଶ୍ୟ ହୋଇଯାଏ । କିନ୍ତୁ ତା’ପରେ ଏହା ଦେଖିବାକୁ ମିଳେ ।

ଯେତେବେଳେ ଏହି ନଦୀ ଅଦୃଶ୍ୟ ହୁଏ ନାହିଁ, ଏହାର କିଛି ଅଂଶ ସିଙ୍କହୋଲରେ ପଡ଼େ ।  ଅବଶିଷ୍ଟ ନଦୀ ୟୁରୋପ ପାର ହୋଇ ରୋମାନିଆର କଳା ସାଗରରେ ପଡ଼େ । ଏହି ନଦୀ ଗୁମ୍ଫା ଦେଇ ଇପଟପର ୧୨ କିଲୋମିଟର ଆଗରେ ବାହାରିଥାଏ। ଏହାର ଶୀର୍ଷରେ ଡେନ୍ୟୁବ୍ ଏକ ନୂଆ ନଦୀ ହୋଇଯାଏ । ଯାହା ରେଡଫୋଲଜେଲର୍ ଆଚ୍‌ ନଦୀ ଭାବେ କନଷ୍ଟାଣ୍ଟ ହ୍ରଦକୁ ପ୍ରବାହିତ ହୁଏ।

You Can Read:

   Related Posts