ଚନ୍ଦ୍ରପୃଷ୍ଠରେ ରହିଛି ବ୍ୟକ୍ତିଙ୍କ କବର; ଜାଣନ୍ତୁ କିଏ ସେହି ବ୍ୟକ୍ତି?

Published By : Prameya-News7 Bureau | August 12, 2023 IST

ନୂଆଦିଲ୍ଲୀ ୧୨।୦୮: ବର୍ତ୍ତମାନ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇସାରିଛି । ସମସ୍ତେ ଜାଣନ୍ତି ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହେଉଛନ୍ତି ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍।  ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପରେ ଅନ୍ୟ ଅନ୍ତରୀକ୍ଷ ଯାତ୍ରୀ ବି  ଚନ୍ଦ୍ର ଅଭିଯାନରୁ ଜୀବନ୍ତ ଅବସ୍ଥାରେ ଫେରି ଆସିଥିଲେ ପୃଥିବୀ ପୃଷ୍ଠକୁ । ହେଲେ କ'ଣ ଆପଣ ଜାଣିଛନ୍ତି କି ବିଶ୍ୱରେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ କବର ଚନ୍ଦ୍ର ପୃଷ୍ଠରେ ନିର୍ମିତ ହୋଇଛି ।

{"id":829857,"sizeSlug":"full","linkDestination":"none"}

ତେବେ କିଏ ଏହି ବ୍ୟକ୍ତି ? ଯାହାର ଚନ୍ଦ୍ରପୃଷ୍ଠରେ ରହିଛି କବର । ଏହି ବ୍ୟକ୍ତିଙ୍କ ନାଁ ହେଉଛି ୟୁଜିନ୍ ମର୍ଲେ ଶୋମେକର୍ । ଯିଏ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ବୈଜ୍ଞାନିକ ଥିଲେ । ଏକ ସଡ଼କ ଦୁର୍ଘଟଣାରେ ୟୁଜିନ୍ ମର୍ଲେ ଶୋମେକର୍‌ଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ସମ୍ନାନର୍ଥେ ଆମେରିକୀୟ ମହକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ତାଙ୍କ କବର ଚନ୍ଦ୍ର ପୃଷ୍ଠରେ ତିଆରି କରାଯାଇଥିଲା । ନାସା ତାଙ୍କ ହାଡ଼ର ପାଉଁଶକୁ ଚନ୍ଦ୍ର ପୃଷ୍ଠରେ ପୋତି ଦେଇଥିଲା।

{"id":829858,"sizeSlug":"full","linkDestination":"none"}

ୟୁଜିନ୍ ମର୍ଲେ ଶୋମେକର୍ ବିଶ୍ୱର ବିଭିନ୍ନ ମହାକାଶଚାରୀଙ୍କୁ ତାଲିମ ଦେଇଥିଲେ । କେବଳ ସେତିକି ନୁହେଁ ସେ ୟୁଟା ଏବଂ କଲୋରଡୋ ଅଞ୍ଚଳରେ ୟୁରାନିୟମ ଆବିଷ୍କାର କରିଥିଲେ । ଏହା ତାଙ୍କର ପ୍ରଥମ ଅଭିଯାନ ଥିଲା। ବୈଜ୍ଞାନିକ ଶୋମେକର୍ ଙ୍କୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିଥିଲେ ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.