ରୁଚିକା ମୃତ୍ୟୁ ମାମଲା, ଆସିବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ: ନ୍ୟାୟ ଦାବିରେ ଧାରଣାରେ ବସିଲେ ମା'

Published By : Prameya-News7 Bureau | July 04, 2022 IST

ଭୁବନେଶ୍ୱର ୦୪/୦୭: ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା । ଆଜି ଆସିବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ଵାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ରୀଙ୍କ ଭିସେରା SFSL କୁ ପରୀକ୍ଷା ପାଇଁ ପଠାଯିବ । ଶରୀରରେ ବିଷକ୍ରିୟା ଅଛି କି ନାହିଁ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ ।

ସେପଟେ ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମାଆ ଧାରଣା ଦେଇଛନ୍ତି। ସୁଇସାଇଡାଲ୍ ନୋଟ୍ ରେ ଲେଖା ଥିବା ତିନି ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ମାଆ । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ରୁଚିକାଙ୍କ ମାଆ। କଲେଜ୍ କର୍ତ୍ତୃପକ୍ଷଙ୍କ ନିରବତାକୁ କଡ଼ା ନିନ୍ଦା କରିଛନ୍ତି ।

ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ରୁଚିକାଙ୍କ ମାଆ । ତାଙ୍କ ସହ ଧାରଣାରେ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି। ସେହିପରି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଶୋଭାଯାତ୍ରା କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ଛାତ୍ରୀଙ୍କୁ ନ୍ୟାୟ ନ ମିଳିବ ଯାଏ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ତରଫରୁ କୁହାଯାଇଛି ।

wp:gallery {"linkTo":"none"} /wp:gallery

ରୁଚିକା ମହାନ୍ତିଙ୍କ ବାପା ଓ ମାଆ ମଧ୍ୟ ଏହି ଧାରଣାରେ ସାମିଲ ହୋଇ ଝିଅର ଆତ୍ମାହତ୍ୟାରେ କିଛି ଛାତ୍ରୀଙ୍କ ସହ ହଷ୍ଟେଲର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି। ସେପଟେ ଆତ୍ମାହତ୍ୟା ଘଟଣାରେ ମହିଳା କମିଶନର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଭାବେ ଘଟଣା ସଂକ୍ରାନ୍ତୀୟ ଖବର ବୁଝିବା ସହ ଅନୁସନ୍ଧାନ କରିଛନ୍ତି । ଏହାସହ ପାଇଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.