ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଇରାନର ହିଜାବ ବିରୋଧ ପ୍ରଦର୍ଶନ ସମର୍ଥନରେ EU ସାଂସଦ, ସଂସଦରେ କାଟିଲେ ନିଜ ଚୁଟି

5/10/2022 at 10:54 PM

ନୂଆଦିଲ୍ଲୀ: ଇରାନର ହିଜାବ ବିରୋଧୀ ପ୍ରଦର୍ଶନକୁ ସମର୍ଥନ ଜଣାଇ ୟୁରୋପିୟାନ ୟୁନିୟନର ଜଣେ ମହିଳା ସାଂସଦ ନିଜର ଚୁଟି କାଟିଛନ୍ତି । ସଂସଦରେ ବିତର୍କ ସମୟରେ ସେ ନିଜର କେଶ କାଟି ଏହି ବିରୋଧକୁ ସମର୍ଥନ ଜଣାଇଛନ୍ତି । ସ୍ୱୀଡେନର ନେତ୍ରୀ ଅବୀର ଅଲ ସହଲାନୀ କହିଛନ୍ତି, ‘ଆମେ, ୟୁରୋପୀୟ ସଂଘର ଲୋକେ ଏବଂ ନାଗରିକ, ଇରାନରେ ପୁରୁଷ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ସମସ୍ତ ହିଂସାକୁ ବିନା ସର୍ତ୍ତରେ ତତ୍କାଳ ବନ୍ଦ କରିବାକୁ ଦାବି କରୁଛୁ’।

ୟୁରୋପୀୟ ସଂସଦର ସଦସ୍ୟଙ୍କ ସାମନାରେ ଅହଲାନୀ କଇଁଚି ଧରି ନିଜର ଚୁଟି କାଟିବା ଆରମ୍ବ କରିଥିଲେ । ଏହି ଭିଡିଓ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ କହିଛନ୍ତି, ଯେପର୍ଯ୍ୟନ୍ତ ଇରାନର ମହିଳାଙ୍କୁ ସ୍ୱଧୀନତା ମିଳିନାହିଁ, ସେମାନଙ୍କ ସହ ଆମେ ରହିବୁ ।

ନରୱେ ସ୍ଥିତ ଇରାନ ହ୍ୟୁମନ ରାଇଟ୍ସ ଅନୁସାରେ, ମହସା ଅମିନୀଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ହୋଇଥିବା ପ୍ରଦର୍ଶନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନ ସ୍କୁଲର ଛାତ୍ରୀ ଏବଂ ମହିଳାମାନେ ଅମିନୀଙ୍କ ମୃତ୍ୟୁର ବିରୋଧରେ ହିଜାବକୁ ଜାଳିବା ସହ ବଡ଼ ବଡ଼ ରାଲିର ଆୟୋଜନ କରୁଛନ୍ତି । ସରକାର ବିରୋଧୀ ନାରାବାଜି କରିବା ସହ ମହିଳାମାନେ ନିଜର କେଶ କାଟୁଛନ୍ତି ।

   Related Posts