୫୨୭ ଭାରତୀୟ ଖାଦ୍ୟ ସାମଗ୍ରୀରେ କ୍ୟାନସର ସୃଷ୍ଟିକାରୀ କେମିକାଲ, ୟୁରୋପୀୟ ୟୁନିୟନର ଦାବି

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: ଭାରତରୁ ବିଦେଶକୁ ରପ୍ତାନୀ କରାଯାଉଥିବା ମସଲାରେ କ୍ୟାନସର ସୃଷ୍ଟିକାରୀ ରୟାସନ ଥିବା ପ୍ରସଙ୍ଗ ଥମିବାର ନାଁ ଧରୁ ନାହିଁ । ଏହାରି ଭିତରେ ଆଉ ଏକ ବଡ଼ ଦାବି ସାମନାକୁ ଆସିଛି । କେବଳ ମସଲା ହିଁ ନୁହେଁ ଭାରତରୁ ବିଦେଶ ରପ୍ତାନ କରାଯାଉଥିବା ଅନେକ ଖାଦ୍ୟ ଉତ୍ପାଦରେ ମଧ୍ୟ କ୍ୟାନସର ସୃଷ୍ଟିକାରୀ କେମିକାଲ ଥିବା ସୂଚନା ସାମନାକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ ହଂକଂ ଏବଂ ସିଙ୍ଗାପୁର ମସଲା ଗୁଣ୍ଡରେ ମିଳିଥିବା କଥିତ ଏଥିଲିନ ଅକ୍ସାଇଡ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ଏଥିଲିନ ଅକ୍ସାଇଡକୁ କାର୍ସିନୋଜେନ କୁହାଯାଏ, ଯାହା କ୍ୟାନ୍ସରର କାରକ ଅଟେ । ଏହାରି ଭିତରେ ୟୁରୋପୀୟ ସଂଘ (ଇୟୁ) ୫୨୭ ଭାରତୀୟ ଖାଜ୍ୟ ସାମଗ୍ରୀରେ ଏହିପରି ଏଥିଲିନ ଅକ୍ସାଇଡ୍ ଚିହ୍ନଟ କରାଯାଇଛି । ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ଏହା ଉପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରାଯାଉଛି ।

ପଢନ୍ତୁ: ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାରେ କ୍ୟାନ୍‌ସର ବାହକ କେମିକାଲ ଭୟ: ସାମ୍ପଲ ଟେଷ୍ଟ କରିବ ଏଫ୍‌ଏସ୍‌ଏସ୍ଏଆଇ

୨୦୨୦ ସେପ୍ଟେମ୍ୱରୁ ୨୦୨୪ ଏପ୍ରିଲ୍ ମଧ୍ୟରେ କରାଯାଇଥିବା ନୀରିକ୍ଷଣରେ ଇୟୁ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଭାରତରୁ ଆମଦାନୀ ହେଉଥିବା ୫୨୭ ଖାଦ୍ୟ ସାମଗ୍ରୀରେ କାର୍ସିନୋଜେନିକ ଏଥିଲିନ ଅକ୍ସାଇଡ୍ ଥିବା ଜାଣିବାକୁ ପାଇଛି । ଏଥିରେ ମୁଖ୍ୟ ରୂପେ ୩୧୩ ତେଲର ଖାଦ୍ୟ ପଦାର୍ଥ, ୬୦ ପ୍ରକାର ଚେର-ମୂଳି ଏବଂ ମସଲା ଏବଂ ଅନ୍ୟ ସାମଗ୍ରୀରେ କ୍ୟାନସର ସୃଷ୍ଟିକାରୀ କେମିକାଲ ଚିହ୍ନଟ କରାଯାଇଛି । ଏହି କ୍ରମରେ ଅଧିକାରୀମାନେ କହିଛନ୍ତି ଯେ ୮୭ ଅର୍ଡରକୁ ସୀମାରୁ ଫେରାଇ ଦିଆଯାଇଛି ଏବଂ ଅନ୍ୟ ସବୁଗୁଡ଼ିକୁ ବଜାରରୁ ହଟା ଯାଇଛି ।  

ଏଥିଲିନ ଅକ୍ସାଇଡ୍ ଏକ ରଙ୍ଗହୀନ ଗ୍ୟାସ୍ ଅଟେ । ଏହାର ଉପଯୋଗ କୀଟନାଶକ ଏବଂ ଷ୍ଟରଲାଇଜିଂ ଏଜେଣ୍ଟ ରୂପେ କରାଯାଉଛି । କିନ୍ତୁ ଏହି ରସାୟନକୁ ଚିକିତ୍ସା ଉପକରଣକୁ ଷ୍ଟରଲାଇଜ୍ କରିବା ପାଇଁ ବ୍ୟବହାର କରାଯାଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ଏଥିଲିନ ଅକ୍ସାଇଡର ପ୍ରଭାବରୁ ଲିମ୍ଫୋମା ଏବଂ ଲ୍ୟୁକେମିୟା ପରି କ୍ୟାନ୍ସର ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.