ଚୀନର ଟିକ୍ଟକ୍ ଆପ୍କୁ ବ୍ୟାନ କଲା ୟୁରୋପିୟନ ୟୁନିୟନ କମିଶନ
23/02/2023 at 7:16 PM

ନୂଆଦିଲ୍ଲୀ: ଭାରତ ପରେ ଚୀନର ଶର୍ଟ ଭିଡିଓ ଆପ୍ ‘ଟିକ୍ ଟକ୍’କୁ ବ୍ୟାନ୍ କଲା ୟୁରୋପିୟନ ୟୁନିୟନ(ଇୟୁ) କମିଶନ। ଗୁରୁବାର ଇୟୁ ଏହି ବ୍ୟାନ୍ ଲଗାଇଛି। କର୍ପୋରେଟ୍ ଫୋନ୍ରେ ଟିକ୍ଟକ୍କୁ ବ୍ୟବହାର କରିବାକୁ ବ୍ୟାନ୍ କରିଛି ଇୟୁ। ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି ବୋଲି ୟୁରୋପିୟ ୟୁନିୟନ ଉଦ୍ୟୋଗ ମୁଖ୍ୟ ଥିଏରୀ ବ୍ରେଟୋନ୍ ସୂଚନା ଦେଇଛନ୍ତି।
ବ୍ରିଟେନ୍ କହିଛନ୍ତି “ ସାଇବର ସୁରକ୍ଷା ଦୃଷ୍ଟିକୋଣରୁ କମିସନ କର୍ପୋରେଟ୍ ମ୍ୟାନେଜ୍ମେଣ୍ଟ ବୋର୍ଡ ଟିକ୍ଟକ୍ ଆପ୍କୁ ସମସ୍ତ କର୍ପୋରେଟ ମୋବାଇଲ୍ ଓ କମିସନ ମୋବାଇଲ୍ ଡିଭାଇସ୍ ସର୍ଭିସ୍ରେ ପଞ୍ଜିକୃତ ବ୍ୟକ୍ତିଗତ ମୋବାଇଲ୍ରେ ଟିକ୍ଟକ୍ ଆପ୍କୁ ବ୍ୟାନ୍ କରାଯାଇଛି।” କମିସନ ଏଜେଣ୍ଟଙ୍କୁ ସାଇବର ସୁରକ୍ଷା ବିପଦରୁ ସୁରକ୍ଷା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତିରେ ଆମେରିକାର ହସ୍ତକ୍ଷେପ ନାହିଁ। ଏଭଳି ନିଷ୍ପତ୍ତି ପାଇଁ ଆମେରିକା ଚାପ ପକାଇ ନାହିଁ ବୋଲି ଇୟୁ କହିଛି।
ତେବେ ଏହି ନିଷ୍ପତ୍ତିରେ ଆମେରିକାର ହସ୍ତକ୍ଷେପ ନାହିଁ। ଏଭଳି ନିଷ୍ପତ୍ତି ପାଇଁ ଆମେରିକା ଚାପ ପକାଇ ନାହିଁ ବୋଲି ଇୟୁ କହିଛି। ଏନେଇ ଟିକ୍ଟକ୍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଇୟୁର ଏଭଳି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭୁଲବୁଝାମଣାରେ ଇୟୁ ଏଭଳି ନିଷ୍ପତ୍ତି ନେଇଛି ବୋଲି ଟିକ୍ଟକ୍ କହିଛି।