ମେଟା ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ବିକାଶ ପୁରୋହିତ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଫେସବୁକ ମୂଳ କମ୍ପାନୀ ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ବିକାଶ ପୁରୋହିତ। ଜାନୁଆରୀ ୯ ତାରିଖରେ ମେଟା ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛି। ବିକାଶ ଭାରତୀୟ ବିଜ୍ଞାପନଦାତା କମ୍ପାନୀ ମାନଙ୍କ ସହ ମିଶି ମେଟା ପାଇଁ କାମ କରିବେ। ଏହା ପୂର୍ବରୁ ନଭେମ୍ବର ମାସରେ ମେଟା ସନ୍ଧ୍ୟା ଦେବନାଥନଙ୍କୁ କମ୍ପାନୀ ଭାରତ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା।

ପୁରୋହିତ ଭାରତର ବଡ଼ ବଡ଼ ବ୍ରାଣ୍ଡ୍ ଓ କମ୍ପାନୀ ସହ ମେଟାର ବ୍ୟବସାୟୀକ ଷ୍ଟ୍ରେଟେଜୀ ସମ୍ଭାଳିବେ। କମ୍ପାନୀଗୁଡ଼ିକ ସହ ମିଶି ମେଟା ପାଇଁ ବିଜ୍ଞାପନ ସମ୍ବନ୍ଧିତ ବ୍ୟବସାୟିକ ଚୁକ୍ତି କରିବେ। କମ୍ପାନୀର ମୁଖ୍ୟ ବ୍ୟବସାୟର ଭର୍ଟିକାଲ ଟିମ୍, ଏଜେନ୍ସି ଟିମ ଏବଂ ବିଜ୍‌ନେସ୍ ସଲ୍ୟୁସନ ଟିମ୍ ପୁରୋହିତଙ୍କୁ ରିପୋର୍ଟ କରିବେ। ପୁଣି ପୁରୋହିତ ମେଟାର ଭାରତ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଅରୁଣ ଶ୍ରୀନିବାସନଙ୍କୁ ରିପୋର୍ଟ କରିବେ ବୋଲି କମ୍ପାନୀ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.