Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆତ୍ମହତ୍ୟା କଲେ ଇ-ସ୍ପୋର୍ଟ୍ସ ଷ୍ଟାର୍ କାରେଲ ଟ୍ୱିଷ୍ଟିନ ଅସେନବ୍ରିନର; ଫେବ୍ରୁଆରୀରେ କହିଥିଲେ- ମୁଁ ମାନସିକ ଚାପରେ ଅଛି

9/06/2023 at 9:36 PM

ନୂଆଦିଲ୍ଲୀ: ଆତ୍ମହତ୍ୟା କଲେ ଚେକ୍‌ ରିପବ୍ଲିକ୍‌ ଇ-ସ୍ପୋର୍ଟ୍ସ ଷ୍ଟାର୍ କାରେଲ ଟ୍ୱିଷ୍ଟିନ ଅସେନବ୍ରିନର। ମାତ୍ର ୧୯ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଥିବା ତାଙ୍କର ସ୍ପୋର୍ଟ୍ସ ଟିମ୍‌ ‘ଟିମ୍ ଭାଇଟାଲିଟି’ ପକ୍ଷରୁ ଟ୍ୱିଟ୍ କରି ଘୋଷଣା କରାଯାଇଛି। ଟ୍ୱିଷ୍ଟେନ୍‌ ତାଙ୍କ ଶେଷ ଟ୍ୱିଟ୍‌ରେ ସମସ୍ତଙ୍କୁ ଗୁଡ୍‌ ନାଇଟ ଲେଖି ପୋଷ୍ଟ କରିଥିଲେ। ଏହି ଟ୍ୱିଟ୍‌କୁ ୫.୫ ମିଲିଅନ ଲୋକେ ଦେଖିଛନ୍ତି।

ତାଙ୍କର ମୃତ୍ୟୁ ଖବର ଲୋକଙ୍କ ସହ ଶେୟାର କରି ଟିମ୍ ଭାଇଟାଲିଟିର ଆସିଷ୍ଟାଣ୍ଟ କୋଚ୍ ହ୍ୟାରୀ ଗୋରିଲା ମେଫାମ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ଦୁଃଖକୁ ଶବ୍ଦରେ ବୟାନ କରିହେବ ନାହିଁ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Tragic loss of Czech eSports star Karel "Twisten" Asenbrener shakes...

ଭାଲୋରାଣ୍ଟ ଖେଳାଳି ଟ୍ୱିଷ୍ଟିନ ଅସେନବ୍ରିନର ଫେବ୍ରୁଆରୀ ମାସରେ କହିଥିଲେ ଯେ ସେ ମାନସିକ ଚାପ ଦେଇ ଗତି କରୁଥିଲେ। ନିଜେ ନିଜକୁ କ୍ଷତି ପହଞ୍ଚାଉଛନ୍ତି। ମାନସିକ ରୋଗ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ପଢ଼ନ୍ତୁ- ଶିଖର ଧାବନଙ୍କ ପାରିବାରିକ ବିବାଦ ମାମଲା, ଜୁନ ୨୭ ସୁଦ୍ଧା ପୁଅକୁ ଭାରତ ଆଣିବାକୁ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ସେ ତାଙ୍କ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଥିଲେ “ମୁଁ ନିଜକୁ କ୍ଷତି ପହଞ୍ଚାଉଥିଲି। କିଛିଦିନ ହେବ ନିଜକୁ ଶେଷ କରିଦେବାକୁ ଭାବୁଥିଲି। ହେଲେ ମୋ ବାପା ମୋତେ ବଞ୍ଚାଇ ଦେଲେ।”

Valorant closed beta: The tactical hero shooter I never knew I wanted | Ars  Technica

ସୂଚନା ଥାଉକି ୨୦୨୦ରେ ଅସେନବ୍ରିନର ଚେଜ୍ ଟିମ୍ କିଙ୍ଗ୍ସ ଅପ୍ ସୋସନୋଭକା ସହିତ ତାଙ୍କର ଇ-ସ୍ପୋର୍ଟ୍ସ କ୍ୟାରିଅର ଆରମ୍ଭ କରିଥିଲେ। ୟୁରୋପରେ ହୋଇଥିବା ଏକାଧିକ ଭାଲୋରାଣ୍ଟ(Valorant) ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇଥିଲେ। ଏହାପରେ ସେ ୨୦୨୨ରେ ଫ୍ରେଞ୍ଚ ଇ-ସ୍ପୋର୍ଟ୍ସ ‘ଟିମ୍ ଭାଇଟାଲିଟି’ ସହ ସେ ଚୁକ୍ତି ସ୍ୱାକ୍ଷରିତ କରିଥିଲେ।

ପଢ଼ନ୍ତୁ –ଲଗାତାର ଚୌକା ମାଡ଼ ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ସିରାଜ, ସ୍ମିଥ୍‌ଙ୍କ ଆଡକୁ ଫିଙ୍ଗିଲେ ବଲ, ରାଗିଲେ ଦର୍ଶକ

ବିଦ୍ର- ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ସମସ୍ୟା ସହ ଯୁଝିଲେ ହିଁ ସଫଳତା ମିଳେ। ଆଉ ସମସ୍ୟା ସହ ଜିତି ସଫଳତା ପାଇଲେ ସର୍ବାଧିକ ଖୁସି ମିଳିଥାଏ।

   Related Posts