ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମହଙ୍ଗା ପଡିଲା ପାକିସ୍ତାନ ଲାଗି ଗୁଇନ୍ଦାଗିରି, ହାୱଲା ଅପରେଟର ସମେତ ଭାରତୀୟ ନୌସେନାର ୭ କର୍ମଚାରୀ ଗିରଫ

20/12/2019 at 4:04 PM

ବିଶାଖାପାଟଣା ୨୦।୧୨: ଭାରତୀୟ ନୋସେନାରେ ଚାକିରୀ କରି ପାକିସ୍ତାନ ଲାଗି ଗୁଇନ୍ଦାଗିରି କରୁଥିବା ରାକେଟ୍‌ର ପର୍ଦ୍ଦାଫାସ କରିଛି ଆନ୍ଧ୍ରପ୍ରଦେଶ ପୋଲିସ। ମାମଲାରେ ପୋଲିସ ଦେଶର ବିଭିନ୍ନ ସ୍ଥାନରୁ ଜଣେ ହାୱଲା ଅପରେଟର ସମେତ ମୋଟ ୭ ଜଣ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିଛି।

ଏ ନେଇ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ  ପୋଲିସ ଓ ନୌସେନା ଇଣ୍ଟେଲିଜେନ୍ସୀର ମିଳିତ କାର୍ଯ୍ୟକ୍ରମ ‘ଅପରେସନ ଡଲଫିନ ନୋଜ୍’ରେ ପାକିସ୍ତାନ ଲାଗି ଗୁଇନ୍ଦାଗିରି କରୁଥିବା ଏହି କର୍ମଚାରୀ ଓ ଅଧିକାରୀମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିବା ବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ତଦନ୍ତ ଏବେ ଜାରି ଥିବା ବେଳେ ପୋଲିସ ଘଟଣା ନେଇ ବିସ୍ତୃତ ସୂଚନା ଦେଇନାହିଁ । ତେବେ କିଛି ସନ୍ଦିଗ୍ଧଙ୍କୁ ଏବେବି ପଚରା ଉଚୁରା କରାଯାଉଥିବା ଜଣାପଡିଛି। ଏଣୁ ପାକିସ୍ତାନ ଲାଗି ଗୁଇନ୍ଦାଗିରି ମାମଲାରେ ଆହୁରି କିଛି ନୌସେନା ଅଧିକାରୀ ଓ କର୍ମଚାରୀ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ନୌସେନା ଇଣ୍ଟେଲିଜେନସ ୱିଙ୍ଗ ସହ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଓ ପୋଲିସ ଗୁପ୍ତଚର ବିଭାଗ ମାମଲାର ମିଳିତ ତଦନ୍ତ କରୁଥିବା ବେଳେ ଭାରତୀୟ ନୌସେନାର କିଛି କର୍ମଚାରୀଙ୍କ ଉପରେ ସନ୍ଦେହ ଉପୁଜିଥିଲା। ଏମାନେ ଗୁପ୍ତ ସୈନ୍ୟ ସୂଚନା ଆଦାନପ୍ରଦାନ କରି ହାୱଲା ଅପରେଟର ମାଧ୍ୟମରେ ବିପୁଳ ଅର୍ଥ ବି ପାଉଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

   Related Posts