ବର୍ଷର ଶେଷ ସୁଦ୍ଧା ପୂରା ଦେଶରେ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଏହି ଯୋଜନା

Published By : Prameya-News7 Bureau | June 19, 2022 IST

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ନିଜର ସ୍ଵାସ୍ଥ୍ୟ ବୀମା ଯୋଜନା(ଇଏସଆଇ) ୨୦୨୨ ଶେଷ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସଂପ୍ରତି ଏହି ଯୋଜନା ସଂପୂର୍ଣ୍ଣ ଭାବେ ୪୪୩ ଜିଲ୍ଲା ଏବଂ ଆଂଶିକ ଭାବେ ୧୫୩ ଜିଲ୍ଲାରେ ଲାଗୁ ହୋଇଛି। ମୋଟ୍ ୧୪୮ ଜିଲ୍ଲା ଏବେ ବି ଇଏସଆଇ ଯୋଜନା ପରିଧିରେ ଆସିନାହିଁ।

ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ରବିବାର ଇଏସଆଇସିର ୧୮୮ତମ ବୈଠକରେ ସମଗ୍ର ଦେଶରେ ଚିକିତ୍ସା ସୁବିଧା ଏବଂ ସେବା ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଇଏସଆଇ ଯୋଜନାକୁ ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରିବାକୁ ନିର୍ଣ୍ଣୟ ନିଆଯାଇଛି।

ଇଏସଆଇସି ସମଗ୍ର ଦେଶରେ ୨୩ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ଥାପନ କରିବାକୁ ନିର୍ଣ୍ଣୟ  ନେଇଛି। ଏଥିରୁ ଛଅଟି ହସ୍ପିଟାଲ ମହାରାଷ୍ଟ୍ରରେ, ଚାରୋଟି ହରିୟାଣାରେ, ଦୁଇଟି ହସ୍ପିଟାଲ ତାମିଲନାଡୁରେ, ଦୁଇଟି ଉତ୍ତର ପ୍ରଦେଶ  ଏବଂ ଦୁଇଟି କର୍ଣ୍ଣାଟକରେ ଖୋଲାଯିବ।

ସେହିପରି ଆନ୍ଧ୍ର ପ୍ରଦେଶର ନେଲ୍ଲୋର, ଛତିଶଗଡର ବିଳାସପୁର, ଗୋଆର ମୁଲଗାଓଁ, ଗୁଜରାଟର ସାନନ୍ଦ, ମଧ୍ୟ ପ୍ରଦେଶର ଜବଲପୁର, ଓଡିଶାର ଝାରସୁଗୁଡା ଏବଂ ପଶ୍ଚିମବଙ୍ଗର ଖଡଗପୁରରେ ଗୋଟିଏ ଲେଖାଏଁ ହସ୍ପିଟାଲ୍ ଖୋଲାଯିବ। ଏହି ହସ୍ପିଟାଲ୍ ବ୍ୟତୀତ ୬୨ଟି ସ୍ଥାନରେ ପାଞ୍ଚ ଡିସ୍ପେସରିଆ ଖୋଲାଯିବ। ଏହା ବ୍ୟତୀତ ମହାରାଷ୍ଟ୍ରରେ ୪୮ ଡିସ୍ପେସରିଆ, ଦିଲ୍ଲୀରେ ୧୨ ଡିସ୍ପେସରିଆ ଏବଂ ହରିୟାଣାରେ ୨ ଡିସ୍ପେସରିଆ ଖୋଲାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.