ବବି ଦେଓଲ୍‌ଙ୍କ ସହ ବୋଲ୍ଡ ସିନ୍‌କୁ ନେଇ ଖୁଲାସା କଲେ ଇଶା ଗୁପ୍ତା, କହିଲେ-ସମସ୍ୟା ଇଣ୍ଟିମେଟ୍ ହେବାରେ ନୁହେଁ ବରଂ...

Published By : Prameya-News7 Bureau | June 04, 2022 IST

ମୁମ୍ବାଇ ୦୪।୦୬: ବଲିଉଡ ଅଭିନେତା ବବି ଦେଓଲ ୱେବ୍ ସିରିଜ୍ ‘ଆଶ୍ରମ’ ମାଧ୍ୟମରେ OTT ପ୍ଲାଟଫର୍ମରେ ଖୁବ୍‌ ଧମାଲ୍‌ କରିଥିଲେ । ‘ଆଶ୍ରମ’ର ସିଜନ୍-୨ ଦର୍ଶକଙ୍କୁ ବହୁତ ଏଣ୍ଟରଟେନ୍‌ କରିବା ପରେ ଏବେ ଆଶ୍ରମ ସିଜନ୍ -୩ ଆସି ଯାଇଛି । ବର୍ତ୍ତମାନ ୱେବ୍ ସିରିଜଟି ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହୋଇ ସାରିଛି । ପୁଣି ଥରେ ବାବା ନିରଲାଙ୍କ ଦ୍ବାର ଖୋଲିଛି । ପ୍ରଥମ ଥର ପାଇଁ ବବି ଏବଂ ଇଶା ଗୋଟିଏ ପ୍ରୋଜେକ୍ଟରେ ଏକାଠି ହୋଇଛନ୍ତି। ଏଥିରେ ଇଶା ଗୁପ୍ତା ବବି ଦେଓଲଙ୍କ ସହ ଅନେକ ଅନ୍ତରଙ୍ଗ ତଥା ବୋଲ୍ଡ ସିନ୍‌ ଦେଇଛନ୍ତି, ଯାହାକୁ ନେଇ ସେ ସାକ୍ଷାତକାରରେ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି।

wp:html
/wp:html

ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଇଶା ଗୁପ୍ତା ତାଙ୍କ ବୋଲ୍ଡ ସିନ୍‌ଙ୍କୁ ନେଇ କହିଥିଲେ, “ଯେତେବେଳେ ଆପଣ ୧୦ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି, ତ ସେତେବେଳେ କଫର୍ଟେବୁଲ୍‌ ବା ଅନକଫର୍ଟେବୁଲ ଭଳି କିଛି ନଥାଏ। କିନ୍ତୁ ଲୋକମାନେ ଭାବନ୍ତି ଯେ ସମସ୍ୟା ବୋଲ୍ଡ ସିନ୍‌ରେ ଥାଏ। କିନ୍ତୁ ତାହା ନୁହେଁ । ଯଦି ଆପଣଙ୍କ ଜୀବନରେ କୌଣସି ବ୍ୟକ୍ତିଗତ ଅସୁବିଧା ନଥାଏ, ତାହାଲେ ଅନ୍ତରଙ୍ଗ ହେବାରେ କୌଣସି ଅସୁବିଧା ହୁଏ ନାହିଁ।

କହିବାକୁ MX ପ୍ଲେୟାରର ବ୍ଲକବଷ୍ଟର ସିରିଜ୍ 'ଆଶ୍ରମ-୩'ରେ ବବି ଦେଓଲ୍ କପଟୀ ବାବାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଯାହା ବର୍ତ୍ତମାନ ଓଟିଟିରେ ଆସି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.