ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର, ଜଣେ ଯୁବତୀଙ୍କ ସମେତ ୪ ଗିରଫ

Published By : Prameya-News7 Bureau | October 04, 2022 IST

ଭୁବନେଶ୍ୱର, ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର । ଆଉ ଏହାକୁ ଅପରେଟ୍‌ କରୁଥିଲେ ଝିଅ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ୯ରୁ ଅଧିକ ଲୋକଙ୍କୁ ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଏହି ଘଟଣାରେ ୪ ଜଣ ସମେତ ଜଣେ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ୧୫ ଟି ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ନଗଦ ୮୭ ହଜାର ଟଙ୍କା ସହିତ ୧୧ଟି ମୋବାଇଲ ଫୋନ୍ ଏବଂ ପୁଳା ପୁଳା ସିମ୍‌ କାର୍ଡ, କ୍ୟୁଆର୍‌ କୋଡ୍‌ ସ୍କାନ୍‌ର ମଧ୍ୟ ଜବତ କରିଛି ପୋଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.