ଉତ୍ତର-ପଶ୍ଚିମ ଭାରତରେ ବଢୁଛି ଲ୍ୟାଣ୍ଡ ସର୍ଫେସ୍ ଟେମ୍ପରେଚର, ସତର୍କ କଲେ ଇୟୁରୋପୀୟ ସ୍ପେସ୍‌ ଏଜେନ୍ସୀ

Published By : Prameya-News7 Bureau | May 01, 2022 IST

ନୂଆଦିଲ୍ଲୀ ୧।୫: ଇୟୁରୋପିୟନ ସ୍ପେସ୍ ଏଜେନ୍ସୀ (ଇସା) ଏକ ରିପୋର୍ଟରେ ଏପ୍ରିଲ ୨୯ ତାରିଖ ଦିନ ସାଟେଲାଇଟରୁ ନିଆଯାଇଥିବା ଚିତ୍ରରେ ଉତ୍ତର ଓ ପଶ୍ଚିମ ଭାରତର କେତେକ ଅଞ୍ଚଳରେ ଭୂ-ପୃଷ୍ଠ ତାପମାତ୍ରା (ଲ୍ୟାଣ୍ଡ ସର୍ଫେସ୍ ଟେମ୍ପରେଚର) ୬୦ ଡିଗ୍ରି ସେଲସିୟସରୁ ଅଧିକ ଥିବାର ସୂଚିତ କରିଛନ୍ତି। ଇନସାଟ୍ ୩ଡି, କୋପରନିକସ ସେଣ୍ଟିନଲ-୩ ଓ ନାସାର ଏକ ସାଟେଲାଇଟରୁ ନିଆଯାଇଥିବା ଛବିରୁ ଏହି ଉଚ୍ଚତାପମାତ୍ରା ସମ୍ପର୍କରେ ସୂଚିତ କରାଯାଇଛି।

{"id":622511,"sizeSlug":"full","linkDestination":"none"}

ଏଣୁ ବୈଜ୍ଞାନିକମାନେ ହିଟ୍ ୱେଭର ଗୁରୁତର ପରିଣାମ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ବୈଜ୍ଞାନିକ ଅସୀମ ମିତ୍ର ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ବିଭିନ୍ନ ସାଟେଲାଇଟ୍ ସେନସରରୁ ଭୂ-ପୃଷ୍ଠର ତାପମାତ୍ରା ନୋଟ କରିଥିବା ଉଲ୍ଲେଖ କରିଛନ୍ତି। ଯାହା ସାଧାରଣ ଅବଲୋକନରୁ ମଧ୍ୟ ସହଜରେ ଜଣାପଡିଥାଏ । ତେବେ ସେଦିନ ଅନେକ ସ୍ଥାନରେ ଭୂ-ପୃଷ୍ଠର ତାପମାତ୍ରା ୬୦ ଡିଗ୍ରି ସେଲସିୟସରୁ ଅଧିକ ଥିଲା ବୋଲି ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ଏହି ଋତୁରେ ସାଧାରଣତଃ ଭୂ-ପୃଷ୍ଠର ତାପମାତ୍ରା ୪୫ରୁ ୫୫ ଡିଗ୍ରି ସେଲସିୟସକୁ ପହଞ୍ଚିଥାଏ । ଆଣ୍ଟି ସାଇକ୍ଲୋନିକ ପବନ ଭୂମି ଉପରକୁ ଗରମ ପବନ ପ୍ରବାହ କରୁଥିବା ବେଳେ ଅନେକ ଦିନରୁ ବର୍ଷା ଛାଡିଗଲାଣି। ଏଣୁ ଭୂମି ଶୁଷ୍କ ହୋଇଯାଇଥିବାରୁ  ଉପରୁ ସିଧା ସୂର୍ଯ୍ୟକିରଣ ପଡିବା ଭୂ-ପୃଷ୍ଠ ତାପମାତ୍ରା ବୃଦ୍ଧିର କାରଣ ବୋଲି କହିଛନ୍ତି।

{"id":622500,"sizeSlug":"full","linkDestination":"none"}

ତେବେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହାର ସତ୍ୟାପନ କରାଯିବା ଜରୁରି ବୋଲି କହିଛନ୍ତି। ନଚେତ ଏପରି ତଥ୍ୟ ଭୟ ଓ ଆତଙ୍କ ସୃଷ୍ଟି କରିବ । କାରଣ ୬୦ ଡିଗ୍ରି ସେଲସିୟସରେ ସଡ଼କ ଓ ଅନ୍ୟ ଭିତ୍ତିଭୂମି ତରଳିବାର ଅନେକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। କାରଣ ରାଜସ୍ଥାନରେ ୫୦ ଡିଗ୍ରି ସେଲସିୟସରେ ସଡକ ତରଳିବାର ରେକର୍ଡ ରହିଛି। ଏଣୁ ଏ ବାବଦେ କୌଣସି ତଥ୍ୟ ଦେବା ବେଳେ ଆମକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଦରକାର ବୋଲି କହିଛନ୍ତି।

ଏପ୍ରିଲ ୨୯ ତାରିଖ ସ୍ଥାନୀୟ ସମୟ ପୂର୍ବାହ୍ନ ସାଢେ ୧୦ଟା ବେଳେ ଆକାଶରେ ବାଦଲ ଅନୁପସ୍ଥିତି କାରଣରୁ ଅନେକ ଅଞ୍ଚଳର ଭୂ-ପୃଷ୍ଠ ତାପମାତ୍ରା ୬୦ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ଏହି ସମୟରେ ଜୟପୁର ଓ ଅହମ୍ମଦାବାଦରେ ଭୂ-ପୃଷ୍ଠର ତାପମାତ୍ରା ୪୭ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରେକର୍ଡ ହୋଇଛି।  ତେବେ ଏହି ସମୟରେ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଅହମ୍ମଦାବାଦର ଭୂ-ପୃଷ୍ଠ ତାପମାତ୍ରା ୬୫ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାର୍ଚ୍ଚ ଓ ଏପ୍ରିଲ ମାସରେ ଅସାଧାରଣ ଭାବେ ଉଚ୍ଚତାପମାତ୍ରା ଜଳବାୟୁ ସଂକଟ ସମ୍ପର୍କିତ । ତେବେ ଭାରତ ଓ ପାକିସ୍ତାନରେ ଅତ୍ୟଧିକ ଗରମ ଲାଗି କେବଳ ଜଳବାୟୁ ପରିବର୍ତ୍ତନକୁ ଦାୟି କରିବା ତରବରିଆ ହେବ ବୋଲି ବିଶେଷଜ୍ଞ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.