Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିର୍ବାଚିତ ହେଲେ ଏରିକ ଗାର୍‌ସେଟି; ଦୀର୍ଘ ଦୁଇ ବର୍ଷ ପରେ ପୂରଣ ହେବ ପଦବି

16/03/2023 at 6:06 PM

ୱାଶିଂଟନ ଡିସି: ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେବେ ପୂର୍ବତନ ଲସ୍ ଆଞ୍ଜଲେସନ ମେୟର ଏରିକ୍ ଗାର୍ସେଟି। ବୁଧବାର ଆମେରିକା ସଂସଦରେ ଗାର୍‌ସେଟିଙ୍କୁ ଏହି ପଦବି ପାଇଁ ନିର୍ବାଚିତ କରାଯାଇଛି। ଆମେରିକା ସଂସଦ ସିନେଟ୍‌ରେ ଭୋଟିଂ ବେଳେ ଗାରସେଟିଙ୍କ ସପକ୍ଷରେ ୫୨ ଭୋଟ ପଢ଼ିଥିବା ବେଳେ ବିରୋଧରେ ୪୨ ଟି ଭୋଟ ପଡ଼ିଥିଲା। ଭାରତରେ ଆମେରିକା ରାଷ୍ଟ୍ରଦୂତ ନିର୍ବାଚିତ ହେବା ପରେ ଦୁଇ ବର୍ଷ ହେଲା ଖାଲି ପଡ଼ିଥିବା ଏହି ପଦବୀ ପୂରଣ ହୋଇଛି।

ଦୀର୍ଘ ଦୁଇ ବର୍ଷ ହେବା ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନଥିଲେ। ରାଷ୍ଟ୍ରଦୂତଙ୍କ ବଦଳରେ ଆମେରିକା କେବଳ ପ୍ରତିନିଧିଙ୍କୁ ଭାରତରେ ନିଯୁକ୍ତ କରିଥିଲା। ଭାରତରେ ଆମେରିକା ରାଷ୍ଟ୍ରଦୂତ ହେବା ପାଇଁ ୨୦୨୧ ଜୁଲାଇରେ ଜୋ ବାଇଡେନ୍ ଗାରସେଟିଙ୍କ ନାଁକୁ ନାମାଙ୍କିତ କରିଥିଲେ। ହେଲେ ଏହା ଅଟକି ଯାଇଥିଲା। ଏହାପରେ ପୁଣି ଚଳିତ ବର୍ଷ ଜାନୁଆରୀ ମାସରେ ଗାରସେଟିଙ୍କୁ ପୁଣିଥରେ ନାମାଙ୍କିତ କରାଯାଇଥିଲା। ଆସନ୍ତାକାଲି ହୋଇଥିବା ଭୋଟିଂରେ ଗାରସେଟିଙ୍କ ସମର୍ଥନରେ ଅଧିକ ଭୋଟ ପଡ଼ିଥିଲା।

ସୂଚନା ଥାଉକି ଏହା ପୂର୍ବରୁ କେନ୍ ଜଷ୍ଟର ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିଲେ। ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୭ରେ କେନ୍‌ ଜଷ୍ଟରଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ସେ ନିଜ ପଦରୁ ଇସ୍ଥଫା ଦେଇଥିଲେ। ଏବେ ତାଙ୍କ ସ୍ଥାନରେ ଗାରସେଟି ଆମେରିକାର ରାଷ୍ଟ୍ରଦୂତ ହେବ। ଗାରସେଟିଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ନିକଟତର ବୋଲି କୁହାଯାଉଛି।  

ଗାରସେଟିଙ୍କ ସମ୍ପର୍କରେ ସାମ୍ୟକ ସୂଚନା-

ଏରିକ୍ ଗାର୍‌ସେଟିଙ୍କ ୱେବ୍‌ସାଇଟ ଅନୁସାରେ, ଆମେରିକାର ସୈନ୍ ଫର୍ଣ୍ଣାଡୋରେ ତାଙ୍କର ପିଲାଦିନ ବିତିଥିବା ବେଳେ ଗାରସେଟି କୋଲମ୍ବିଆ ୟୁନିଭର୍ସିଟିରୁ ସେ ବିଏ ଓ ଏମ୍‌ଏ ପାସ୍ କରିଛନ୍ତି। ସେହିପରି ଅକ୍ସଫୋର୍ଡ ୟୁନିଭର୍ସିଟିରେ ରୋଡ୍ସ ସ୍କଲାର ରହିଥିବା ବେଳେ ଲଣ୍ଡନ ସ୍କୁଲ୍ ଅପ୍ ଇକୋନୋମିକ(ଏଲ୍‌ଏସ୍‌ଇ) ପଢ଼ିଛନ୍ତି।

ଏଥିସହିତ ୟୁନିଭର୍ସିଟି ଅଫ୍ ସାଉତ୍ କାଲିଫର୍ଣ୍ଣିଆ ଓ ଅକ୍ସିଡେଣ୍ଟାଲ୍ କଲେଜ୍‌ରେ ମଧ୍ୟ ସେ ଅଧ୍ୟୟନ କରିଛନ୍ତି। ଏଥିସହିତ ସେ ୧୨ ବର୍ଷ ପର୍ଯ୍ୟନ୍ତ ୟୁନାଇଟଏଡ୍‌ ଷ୍ଟେଟ୍ସ ନେଭି ରିଜର୍ଭର ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ସେ ଆମେରିକାର ଦ୍ୱିତୀୟ ସବୁଠାରୁ ବଡ଼ ସହର ଲସ୍ ଆଞ୍ଜଲେସ୍ର ୪୨ ତମ ମେୟର ଦାୟିତ୍ୱ ସମ୍ପାଦନ କରିଥିଲେ। ସେ ପ୍ରଥମ ୟହୁଦୀ ମେୟର ହେବାର ଗୌରବ ଅର୍ଜନ କରିଥିଲେ।   

   Related Posts