Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ତିନି ମାସ ଯାଏ ଜରୁରୀ ସ୍ଥିତି ଘୋଷଣା କଲେ ତୁର୍କୀ ରାଷ୍ଟ୍ରପତି, ନିୟୋଜିତ ହେବେ ଅତିରିକ୍ତ ୫୦,୦୦୦ କର୍ମଚାରୀ

7/02/2023 at 7:20 PM

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ୭.୮ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦୦୦ ଟପିଛି । ଏହାରି ଭିତରେ ମଙ୍ଗଳବାର ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଆର୍ଦୋଗାନ ଦେଶର ଦକ୍ଷିଣପ୍ରାନ୍ତରେ ଥିବା ୧୦ ରାଜ୍ୟରେ ଆସନ୍ତା ତିନି ମାସ ପାଇଁ ଜରୁରୀ ସ୍ଥିତି ଘୋଷଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୋମବାର ଭୋର ସକାଳେ ହୋଇଥିବା ଭୂକମ୍ପରେ ତୁର୍କୀ ଏବଂ ସିରିଆର ଅନେକ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।

ତୁର୍କୀ ରାଷ୍ଟ୍ରପତି ମଙ୍ଗଳବାର କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଲୋକଙ୍କ ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ସ୍ୱେଚ୍ଛାସେବୀ, ଜରୁରିକାଳୀନ ସେବାର କର୍ମଚାରୀଙ୍କ ଜରିଆରେ ଲୋକଙ୍କ ନିକଟରେ ସମସ୍ତ ପ୍ରକାର ସହାୟତା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ।

ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଏର୍ଦୋଗାନ କହିଛନ୍ତି, ‘ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବଂ ଦ୍ରୁତ ପୁନରୁଦ୍ଧାର ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଆମେ ଜରୁରୀ ସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଲାଗୁ କରିବା ନେଇ ଥିବା ସମସ୍ତ ସାମ୍ୱିଧାନିକ ପ୍ରକ୍ରିୟାକୁ ଯଥାଶୀଘ୍ର ଶେଷ କରାଯିବ । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଆସନ୍ତା ତିନି ମାସ ଏହି ଜରୁରୀ ସ୍ଥିତି ଲାଗୁ କରାଯିବ ।’       

ଉଲ୍ଲେଖଯୋଗ୍ୟ ଯେ ଏର୍ଦୋଗାନ ସରକାର ବର୍ତ୍ତମାନ ସମୟରେ ଚାପରେ ରହିଛି । ଭୂକମ୍ପ ପରେ ତୁର୍କୀ ସରକାର ତ୍ୱରିତ ପଦକ୍ଷେପ ନେବାରେ ବିଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଏର୍ଦୋଗାନ ସରକାର ଉଦ୍ଧାର କାର୍ଯ୍ୟରେ ୫୦,୦୦୦ ଅତିରିକ୍ତ ସହାୟତା କର୍ମଚାରୀଙ୍କୁ ନିୟୋଜିତ କରିବା ଏବଂ ୫.୩ ବିଲିୟନ ଡଲାର ଆର୍ଥିକ ସହାୟତା ଘୋଷଣା କରିସାରିଛନ୍ତି । ନିଜର ଦୁଇ ଦଶନ୍ଧିର ଶାସନକାଳ ଭିତରେ ଏର୍ଦୋଗାନ ଦେଶରେ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ।

   Related Posts