Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂମିକମ୍ପ ଝଟକା; ଥରି ଉଠିଲା ମଣିପୁରର ବିଷ୍ଣୁପୁର ଜିଲ୍ଲା, ରିକ୍ଟର ସ୍କେଲରେ ତିବ୍ରତା ୪.୮ ରେକର୍ଡ

24/01/2023 at 10:00 AM

ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଝଟକା । ରାତିରେ ଥରି ଉଠିଲା ମଣିପୁର ବିଷ୍ଣୁପୁର ଜିଲ୍ଲା । ରିକ୍ଟରେ ସ୍କେଲ୍‌ରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇ ଯାଇଥିଲେ ଲୋକ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ସଂଧ୍ୟା ୭.୧୨ ମିନିଟ୍‌ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ବିଷ୍ଣୁପୁର ଠାରୁ ଉତ୍ତରରେ ୭୯ କିଲୋମିଟର ଦୂରରେ ରହିଛି । ସେହିପରି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି କେନ୍ଦ୍ରସ୍ଥଳି ।

ଏହା ପୂର୍ବରୁ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା ଲାଗିଥିଲା । ପିଥୋରାଗଡ଼ରେ ଏହାର କେନ୍ଦ୍ରସ୍ଥଳି ରହିଥିଲା । ଏହାର ବିତ୍ରତା ୩.୮ ରେକର୍ଡ କରାଯାଇଛି ।      

   Related Posts