scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଜୟପୁରରେ ମାତିଲେ ଏରାଗୁଲା ଗ୍ୟାଙ୍ଗ୍, ଆଖି ପିଛୁଳାକେ ଲୁଟି ନେଲେ ୩ଲକ୍ଷ ଟଙ୍କା

25/09/2023 at 3:38 PM

ଜୟପୁର ୨୫।୯: ଜୟପୁରରେ ମାତିଛନ୍ତି ଏରାଗୁଲା ଗ୍ୟାଙ୍ଗ ସଦସ୍ୟ । ଆଖି ପିଛୁଳାକେ କରୁଛନ୍ତି ଲୁଟ୍ । ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ । ବ୍ୟାଙ୍କକୁ ଯାଉଥିବା ଲୋକଙ୍କ ଉପରେ ତୀକ୍ଷ୍ନ ନଜର ରଖୁଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ଆଉ ମୌକା ଦେଖି ଲୁଟି ନେଉଛନ୍ତି ଟଙ୍କା । ଜୟପୁର ଗୁପ୍ତ ଦାସ କଲୋନୀର ଜଣେ ବ୍ୟକ୍ତି ଜୋହରାଜ ପଟ୍ଟନାୟକ ଲୁଟର ଶିକାର ହେବା ପରେ ଏରାଗୁଲା ଗ୍ୟାଙ୍ଗ ଜୟପୁରରେ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି ।

ଅଭିଯୋଗ ଅନୁସାରେ, ଜୋହରାଜ ଷ୍ଟେଟ ବ୍ୟାଙ୍କ ବଜାର ବ୍ରାଞ୍ଚରୁ ୩ ଲକ୍ଷ ଟଙ୍କା ଉଠାଇ ପାଓ୍ବାର ହାଉସ କଲୋନୀର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସମସ୍ତ ଟଙ୍କା ତାଙ୍କ ଗାଡି ଡିକିରେ ଥିଲା । ସମ୍ପର୍କୀୟଙ୍କ ଘରୁ ଯାଇ ଫେରିବାର ୫ ମିନିଟ୍ ମଧ୍ୟରେ ତାଙ୍କର ସମସ୍ତ ଟଙ୍କା ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରି ନେଇ ଯାଇଥିଲେ । ତେବେ ବ୍ୟାଙ୍କରୁ ହିଁ ଏହି ଗ୍ୟାଙ୍ଗର ୬ଜଣ ସଦସ୍ୟ ୩ଟି ବାଇକ୍‌ରେ ଜୋହରାଜଙ୍କ ପିଛା କରୁଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି ।

ତେବେ ପୋଲିସ ଏମାନଙ୍କ ଫୁଟେଜ ଭୁବନେଶ୍ୱର ପୋଲିସ ସହାୟତାରେ ଏହାକୁ ଏରାଗୁଲା ଗ୍ୟାଙ୍ଗର ଫୁଟେଜ ସହ ଯାଞ୍ଚ କରିବା ପରେ ଏମାନେ ସେହି ଗ୍ୟାଙ୍ଗର ସଦସ୍ୟ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଲୁଟ୍ ଘଟଣାକୁ ୧୦ଦିନ ବିତିଯାଇଥିଲେ ବି ପୋଲିସ ଏମାନଙ୍କ ସୁରାକ ପାଇପାରିନି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read :

   Related Posts