କମିଶନରେଟ ପୋଲିସ ପଞ୍ଝାରେ ଏରଗୁଲା ମହିଳା ଗ୍ୟାଙ୍ଗ, ୯ ମହିଳାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

Published By : Prameya-News7 Bureau | June 02, 2023 IST

ଭୁବନେଶ୍ୱର ୦୨/୦୬: ମଲରୁ ମଲ ବୁଲି ବୁଲି ଲୁଟ୍ କରୁଥିଲେ ମହିଳା ଲୁଟେରା । ପଶ୍ଚିମବଙ୍ଗର ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳା ଲୁଟେରାମାନେ ପିନ୍ଧିଥିବା ପୋଷାକ ଭିତରେ ଜିନିଷ ଚୋରି କରି ନେଉ ଫେରାର ହୋଇଯାଉଥିଲେ । ଏନେଇ ସେମାନେ ବିଭିନ୍ନ କୌଶଳ ଆପଣାଉଥିଲେ । ଆଖି ଆଗରେ ଯାହା ପଡୁଥିଲା ସବୁ କିଛି ଗାୟବ କରିନେଉଥିଲେ ।

wp:embed {"url":"https://www.prameyanews7.com/seventeen-bike-seized-four-accused-arrested-nabarangpur-sp-informed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/seventeen-bike-seized-four-accused-arrested-nabarangpur-sp-informed/
/wp:embed

ଭୁବନେଶ୍ୱର ନୟାପଲ୍ଲୀର ବିଭିନ୍ନ ମଲରୁ କିଛି ଦିନ ହେଲା ଏମାନେ ଲୁଟପାଟ୍ ଚଳାଇଥିଲେ । ଦୁଇ ଦିନ ହେଲା ନୟାପଲ୍ଲୀରେ ଥିବା ବିଭିନ୍ନ ଶୋ’ରୁମରୁ କସମେଟିକରୁ ନେଇ ଡ୍ରେସ୍ ପର୍ଯ୍ୟନ୍ତ ଯାହା ମିଳୁଥିଲା ସବୁ କିଛି ଲୁଟ କରିନେଉଥିଲେ । ପଶ୍ଚିମବଙ୍ଗରୁ ଆସିଥିବା ଏହି ଗ୍ୟାଙ୍ଗ ଭୁବନେଶ୍ୱରର ବିଭିନ୍ନ ଲଜ ଗୁଡିକରେ ଭଡା ନେଇ ରହୁଥିଲେ । ଆଉ ପରେ ରେକି କରି ଲୁଟପାଟ୍ ଚଳାଉଥିଲେ । ଏବେ କମିଶନରେଟ ପୋଲିସ ପଞ୍ଝାରେ ପଡିଯାଇଛି ଏରଗୁଲା ମହିଳା ଗ୍ୟାଙ୍ଗ ।

wp:html /wp:html

ଗ୍ୟାଙ୍ଗର ୮ ଜଣ ମହିଳାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ମଲ୍ ରେ ପଶି ଲୁଟ୍ କରୁଥିଲେ ଏରଗୁଲା ଗ୍ୟାଙ୍ଗର ମହିଳା ସଦସ୍ୟ। ମଲ କର୍ମଚାରୀଙ୍କ ଅଣଦେଖାରେ ଲୁଟି ନେଉଥିଲେ ବହୁ ଦାମୀ ସାମଗ୍ରୀ । ଶାଢୀ ତଳେ ଭର୍ତ୍ତି କରି ନେଇଯାଉଥିଲେ ଜିନିଷ । ଏପରିକି ଗୋଡ଼ ମଝିରେ ଟିଭି ଭର୍ତ୍ତି କରି ନେଇଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଗିରଫ ସମସ୍ତ ମହିଳା ରାଜ୍ୟ ବାହାରର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.