Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସ ପଞ୍ଝାରେ ଏରାଗୋଲା ଗ୍ୟାଙ୍ଗ: ଦୁଇ ଲୁଟେରା ଗିରଫ, ଦେଢ ଲକ୍ଷରୁ ଅଧିକ ଟଙ୍କା ଜବତ

6/06/2023 at 3:50 PM

ବାରଙ୍ଗ ୦୬/୦୬: କମିଶନରେଟ୍ ପୋଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ । ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ୱାର୍ଡ ଟିମ୍ । ସେମାନଙ୍କ ନିକଟରୁ ୮ଟି ମୋବାଇଲ୍, ମୋଟର ସାଇକେଲ ସହ ଦେଢ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ଗିରଫ ଦୁଇ ଲୁଟେରା ମାନେ ହେଲେ ଏମ୍ ଚକ୍ରବର୍ତ୍ତୀ, ଏମ୍ ନବୀନ ।

ଏମାନଙ୍କ ନାଁରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ୭ରୁ ଅଧିକ ମାମଲା ରହିଛି । ଏମାନେ ଲୁଟ୍‌ ପାଟ୍‌ରେ ମୁଖ୍ୟତଃ ଚୋରା ବାଇକ୍‌କୁ ବ୍ୟବହରାର କରିଥାନ୍ତି । ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟ ଓଡ଼ିଶା ବାହାରେ ବି ଘଟାଇଥାନ୍ତି ଅପରାଧ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଏମାନଙ୍କର ରହିଛି ନେଟୱାର୍କ । ଆବଶ୍ୟକ ପଡିଲେ ଏମାନଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁନେଶ୍ୱର ଡିସିପି ପ୍ରତୀକ ସିଂ।

   Related Posts