ମହାମାରୀରେ କମିଛି ଅଷ୍ଟ୍ରେଲିଆର ଜନସଂଖ୍ୟା, ପ୍ରବାସୀ ଶ୍ରମିକଙ୍କ ସମୀକ୍ଷା କରୁଛନ୍ତି ସରକାର

Published By : Prameya-News7 Bureau | January 04, 2023 IST

କେନବରା ୪।୧: ଅଷ୍ଟ୍ରେଲିଆର ଜନସଂଖ୍ୟା କୋଭିଡ-୧୯ ମହାମାରୀ ଯୋଗୁ ହ୍ରାସ ହୋଇଛି। ବୁଧବାର ଜାରି ସରକାରଙ୍କ ବାର୍ଷିକ ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡିଛି। କୋଭିଡ-୧୯ ପୂର୍ବରୁ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଅଷ୍ଟ୍ରେଲିଆ ଜନସଂଖ୍ୟାରେ ମାତ୍ର ୦.୦୧ ପ୍ରତିଶତ ଅର୍ଥାତ ୩୩୦୦୦ ବୃଦ୍ଧି ହୋଇଥିଲା। ତେବେ ଜନସଂଖ୍ୟା କେନ୍ଦ୍ର ୨୦୨୨-୨୩ ଶେଷ ସୁଦ୍ଧା ଜନସଂଖ୍ୟାରେ ୨୬.୩ ମିଲିୟନ ପର୍ଯ୍ୟନ୍ତ ବୃଦ୍ଧି ଆକଳନ କରିଛନ୍ତି।   

{"id":728893,"width":842,"height":632,"sizeSlug":"full","linkDestination":"none"}

ଯଦି ଜନସଂଖ୍ୟାରେ ଏପରି ବୃଦ୍ଧି ହୁଏ ତେବେ ମହାମାରୀ ପୂର୍ବ ଜନସଂଖ୍ୟା ଅପେକ୍ଷା ଏହା ମାତ୍ର ୬,୦୦ ୦୦୦ କମ୍ ହେବ ବୋଲି କୁହାଯାଇଛି। ଅଷ୍ଟ୍ରେଲିଆର ଜନସଂଖ୍ୟା ୨୦୩୨-୩୩ ସୁଦ୍ଧା ୨୯.୯  ମିଲିୟନ ପର୍ଯ୍ୟନ୍ତ ପହଞ୍ଚିବ। ଅଷ୍ଟ୍ରେଲିଆ ଅର୍ଥ ବ୍ୟବସ୍ଥା ମହାମାରୀର ଖରାପ ସମୟରୁ ଏବେ ବାହାରକୁ ବାହାରୁଛି। ତେବେ ଅପଙ୍ଗ କୌଶଳ ଓ ଶ୍ରମର ଅଭାବ ଦେଶର ବ୍ୟବସାୟ ଓ ଅର୍ଥ ବ୍ୟବସ୍ଥାକୁ ପଛକୁ ଭିଡୁଛି। ଏଣୁ ସମ୍ଭବତଃ ଅଷ୍ଟ୍ରେଲିଆକୁ ଶ୍ରମିକ ଅଭାବ ଦୂର କରିବା ପାଇଁ ଏବେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିବ।

{"id":728894,"width":842,"height":632,"sizeSlug":"full","linkDestination":"none"}

ଏଥିଲାଗି ହୁଏତ ଅଷ୍ଟ୍ରେଲିଆକୁ ତାର ପ୍ରବାସୀ ନୀତିକୁ ସମୀକ୍ଷା କରିବାକୁ ପଡିପାରେ। କାରଣ ଅର୍ଥ ବ୍ୟବସ୍ଥାର ବେଗକୁ କାୟମ ରଖିବାକୁ ହେଲେ ଅଷ୍ଟ୍ରେଲିଆକୁ ଅପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର ରହିବାକୁ ପଡିବ। ଏଣୁ ଦେଶରେ ଅଧିକରୁ ଅଧିକ ଅପ୍ରବାସୀଙ୍କୁ ସୁଯୋଗ ଦେବାକୁ ପଡିବ । ୨୦୨୨ରେ ନବ ନିର୍ବାଚିତ ସରକାର ୧ ଲକ୍ଷ ୬୦ ହଜାରରୁ ବଢାଇ ୧ଲକ୍ଷ ୯୫ ହଜାର କରିବାକୁ ସହମତ ହୋଇଛି। ଏଣୁ ସରକାର ଏବେ ଅପ୍ରବାସୀ ନୀତିର ସମୀକ୍ଷା କରିବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.