AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮.୬୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ EPFO ସୁଧହାର

1/03/2020 at 6:30 PM

ନୂଆଦିଲ୍ଲୀ ୧।୩:  ଜାରି ଆର୍ଥିକ ବର୍ଷରେ କର୍ମଚାରୀ ଭବିଷ୍ୟ ନିଧି ଜମା ସୁଧହାର ଅପରିବର୍ତ୍ତିତ ରହିଛି। ୨୦୧୯-୨୦ ଲାଗି ନିର୍ଦ୍ଧାରିତ ସୁଧହାର ୮.୬୫ ପ୍ରତିଶତ ଚଳିତବର୍ଷ ଲାଗି କାୟମ ରହିଛି। ତେବେ ଭବିଷ୍ୟ ନିଧି ସୁଧହାର ନିଷ୍ପତ୍ତି ନିମନ୍ତେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି (ସିବିଟି) ବୈଠକ ମାର୍ଚ୍ଚ ୫ତାରିଖରେ ଅନୁଷ୍ଠିତ ହେବ। ବୈଠକର ନିଷ୍ପତ୍ତି ହିଁ ଚଳିତବର୍ଷର ସୁଧହାର ନିର୍ଣ୍ଣୟ କରିବ ବୋଲି କୁହାଯାଇଛି।

ଇପିଏଫଓଙ୍କ ୨୦୧୯-୨୦ ସୁଧହାର ମଧ୍ୟ ବୈଠକରେ ପ୍ରସ୍ତାବ ରହିବ। ତେବେ ମନ୍ତ୍ରାଳୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷର ସୁଧହାର ସେହି ୮.୬୫ରେ ସ୍ଥିର ରଖିବା ଲାଗି ମନ୍ତ୍ରାଳୟ ଇଛୁକ ଥିବା ଜଣାପଡିଛି। ସେହିପରି ଅନ୍ୟ ଆକଳନ ଅନୁସାରେ ହୁଏତ ଚଳିତବର୍ଷ ଏହି ସୁଧହାର ୮.୫ ପ୍ରତିଶତ ଧାର୍ଯ୍ୟ କରାଯିବାର ମଧ୍ୟ ଅନୁମାନ କରାଯାଉଛି। ୨୦୧୮-୧୯ରେ ଇପିଏଫଓ ସୁଧହାର ୮.୬୫ ପ୍ରତିଶତ ଥିଲା।

ଇପିଏଫଓ ତାଙ୍କ ଅଂଶଧାରକଙ୍କୁ ଗତ ୨୦୧୬-୧୭ରରେ ୮.୬୫ ପ୍ରତିଶତ, ୨୦୧୭-୧୮ରେ ୮.୫୫ ପ୍ରତିଶତ ସୁଧ ଦେଇଥିଲେ। ତେବେ ୨୦୧୫-୧୬ରେ ୮.୮ ପ୍ରତିଶତର ଉଚ୍ଚା ସୁଧହାର ପ୍ରଦାନ କରାଯାଇଥିଲା। କେବଳ ଏହି ବର୍ଷ ନୁହେଁ ଏହା ପୂର୍ବ ବର୍ଷ୨୦୧୩-୧୪ ଓ ୨୦୧୪-୧୫ରେ ବି ଇପିଏଫଓ ତାଙ୍କ ଅଂଶଧାରକଙ୍କୁ ୮.୭୫ ପ୍ରତିଶତ ସୁଧ ପ୍ରଦାନ କରିଥିଲେ। ତେବେ ୨୦୧୨-୧୩ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ଥିଲା।

   Related Posts