ବଢିଲା EPFO ସୁଧହାର, ଉପକୃତ ହେବେ ୭ କୋଟିରୁ ଅଧିକ କର୍ମଚାରୀ

Published By : Prameya-News7 Bureau | February 10, 2024 IST

ନୂଆଦିଲ୍ଲୀ ୧୦/୦୨: EPF ଖାତାଧାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି EPFO । ସୁଧହାର ୮.୧୫ରୁ ବଢ଼ାଇ ୮.୨୫ ପ୍ରତିଶତ କରାଯାଇଛି । ଫଳରେ ୭ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ । ବିଗତ ୩ ବର୍ଷରେ ଏହା ସର୍ବାଧିକ ସୁଧହାର ।

EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି । ସୂଚନା ଥାଉକି, ଶନିବାର ବସିଥିଲା ଇପିଏଫ୍ଓର 'ସେଣ୍ଟ୍ରାଲ୍ ଟ୍ରଷ୍ଟି ବୋର୍ଡ' (ସିବିଟି) ମିଟିଂ ।

ବୈଠକରେ ୨୦୨୩-୨୪ ପାଇଁ EPF ଉପରେ ୮.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିବିଟିର ନିଷ୍ପତ୍ତି ପରେ, ୨୦୨୩-୨୪ ପାଇଁ EPF ଜମା ଉପରେ ସୁଧ ହାର ସମ୍ବନ୍ଧୀୟ ନିଷ୍ପତ୍ତି ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ।ସରକାରଙ୍କ ଅନୁମୋଦନ ପରେ, ସୁଧ ହାର EPFO ​​ର ୬କୋଟିରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ।

you can also read....

wp:embed {"url":"https://www.prameyanews7.com/himachal-pradesh-dy-cm-mukesh-agnihotri-wife-simmi-agnihotri-passes-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/himachal-pradesh-dy-cm-mukesh-agnihotri-wife-simmi-agnihotri-passes-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.