Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହଜାରେ କୋଟିର ଅର୍ଥ ହେରଫେର ମାମଲା, ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲୁ

14/09/2023 at 2:33 PM

ଭୁବନେଶ୍ୱର ୧୪/୦୯: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ବଢିବ ଅଡୁଆ । ଖୁବ୍ ଶୀଘ୍ର ଜେରାର ସମ୍ମୁଖୀନ ହୋଇପାରନ୍ତି ଗୋବିନ୍ଦା । କ୍ରାଇମବ୍ରାଞ୍ଚର ଇଓଡବ୍ଲୁ କରିପାରେ ଜେରା । ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଳିଆନ୍ସ STA ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଜେରାର ସମ୍ମୁଖୀନ ହୋଇପାରନ୍ତି ଗୋବିନ୍ଦା ।

ଗୋବିନ୍ଦାଙ୍କୁ ଅଧିକ ପଚରାଉଚରା କରିବ EOW । ସୂଚନା ଥାଉକି, ଗୋଆ ଠାରେ ଆୟୋଜିତ ହୋଇଥିବା ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା । କାର୍ଯ୍ୟକ୍ରମରେ ସାମିଲ ହୋଇ ଠକ ସଂସ୍ଥାରେ ବିନିଯୋଗ ପାଇଁ ଉତ୍ସାହିତ କରିଥିଲେ କି ଅଭିନେତା ଗୋବିନ୍ଦା । ପୁରା ଘଟଣାରେ ଗୋବିନ୍ଦାଙ୍କର କଣ ରହିଥିଲା ଭୂମିକା ତାକୁ ଖୋଳତାଡ଼ କରିବ EOW । ଏନେଇ ଖୁବଶୀଘ୍ର ବମ୍ବେ ଯିବ ସ୍ୱତନ୍ତ୍ର ଟିମ୍ ।

you can also read…

   Related Posts