କରୋନା ଲକ୍‌ଡାଉନ୍‌ : ପୋଲିସକୁ ସାବାସୀ, ତ୍ରିରଙ୍ଗା ଉଡାଇବା ସହ ଗାଡି ଉପରକୁ ଫୁଲ ପକାଇ କଲେ ସ୍ୱାଗତ

Published By : Prameya-News7 Bureau | April 05, 2020 IST

ମେରୁଟ ୦୫।୦୪: ସାରାଦେଶରେ କରୋନା ଭାଇରସରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାର ଲାଗିଛି ।ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୬୦ ପାର ହୋଇଛି । ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି । ଦେଶରେ ଅତ୍ୟାଶକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଉପରେ କିଛି ନା କିଛି କଟକଣା ଲାଗିଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ ପୋଲିସ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ କରୁଥିବା ସମୟରେ ବିଭିନ୍ନ ସ୍ଥାନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଉତ୍ତରପ୍ରଦେଶର ମେରୁଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ ଯାହା ଅନ୍ୟଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି ।

wp:core-embed/twitter {"url":"https://twitter.com/ANINewsUP/status/1246496249999691776","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1246496249999691776
/wp:core-embed/twitter

ତେବେ ମେରୁଟରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୋଲିସ ଗାଡି ପଇଁତରା ମାରୁଥାଏ। ତେବେ ଦେଶର ସାଧାରଣଲୋକଙ୍କ ପାଇଁ ନିଜ ଘରକୁ ନଯାଇ କର୍ତ୍ତବ୍ୟ କରିଥାନ୍ତି ପୋଲିସ ଅଧିକାରୀମାନେ । ତେବେ ମେରୁଟରେ ପୋଲିସ ଗାଡି ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟଲୋକ ମାନେ ଜୋରଦାର ସ୍ୱାଗତ କରିଥିଲେ । ପୋଲିସ ଗାଡି ଉପରକୁ ଫୁଲ ପକାଇ ଅଭିନନ୍ଦନ କରିଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛି । କେବଳ ଫୁଲ ପକାଇ ନୁହେଁ ବରଂ ଜାତୀୟ ପତାକା ଓ ସ୍ଲୋଗାନ ଦେଇ ପୋଲିସ ଅଧିକାରୀମାନଙ୍କୁ ଜୋରଦାର ସ୍ୱାଗତ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.