ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ଅଭିଯାନର ଶୁଭାରମ୍ଭ, ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Published By : Prameya-News7 Bureau | December 11, 2020 IST

ଭଞ୍ଜନଗର ୧୧।୧୨:  ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଦୋମୁହାଁଣୀ ଓ ଵଦାଙ୍ଗି ଗ୍ରାମରେ ବନବିଭାଗ ପକ୍ଷରୁ ପରିବେଶ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଏକ ରାଲି ମାଧ୍ୟମ ରେ କରୋନା ସଚେତନ ସହିତ ପରିମଳ ବ୍ୟବସ୍ଥା ଏବଂ ସ୍ଵଚ୍ଛତା ବିଷୟରେ ସଚେତନ କରାଯାଇ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ।

ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ଡିଏଫଏ, ରେଞ୍ଜର ଓ ବନକର୍ମଚାରୀ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ। ମନ୍ତ୍ରୀ  ଲୋକଙ୍କୁ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ସମସ୍ତେ ବୃକ୍ଷ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଭଞ୍ଜନଗର ବିଡିଓ ଓ ତହସିଲଦାର ମଧ୍ୟ ସରକାରଙ୍କ କୋଭିଡ୍ ନିୟନ୍ତ୍ରଣ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦୋମୁହାଁଣୀ ପଂଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତିପ୍ରସ୍ତ ସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.