ଉତ୍କଳ ବିଶ୍ୱବିଦ୍ୟାଳୟରେ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Published By : Prameya-News7 Bureau | November 14, 2023 IST

ଭୁବନେଶ୍ଵର: ପରିବେଶ ସୁରକ୍ଷା ଅଭିଯାନ ଓ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପ୍ରବନ୍ଧନ ଓ ଶୈଳ୍ପିକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପରିସରରେ ଏକ ପରିବେଶ ସଚେତନତା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ପ୍ରାକ୍ତନ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ମିଶ୍ର, ପରିବେଶ ସୁରକ୍ଷା ଅଭିଯାନର ସଭାପତି ପ୍ରକୃତିବନ୍ଧୁ ଡକ୍ଟର ପ୍ରଦୀପ କୁମାର ରଥ, ସମ୍ପାଦକ ପ୍ରକୃତିବନ୍ଧୁ ରଘୁନାଥ ପୃଷ୍ଟି, କାର୍ଯ୍ୟ ନିର୍ବାହୀ ସଦସ୍ୟା ପ୍ରଫେସର କଲ୍ୟାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ପ୍ରତି ପରିବେଶର ଅବକ୍ଷୟ ଓ ଏହାର କୁପ୍ରଭାବରୁ କିପରି ବିଶ୍ୱ ତାପମାନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ହେଉଛି ଓ ବିଶ୍ୱକୁଧ୍ବଂସାଭିମୁଖୀ ଆଡକୁ ଅଗ୍ରସର କରାଉଛି ସେ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ।

wp:heading {"level":4}

ଅଧିକ ପଢନ୍ତୁ- ମାତିଲେଣି ଆପାର୍ଟମେଣ୍ଟ ଲୁଟେରା, ବଦ୍ରିନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରେ ବୁଲାଇଲେ କଳାକନା

/wp:heading

ଏହାକୁ ପ୍ରତିହତ କରି ପରିବେଶକୁ ସଜାଡ଼ିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା, ସମସ୍ତ ପ୍ରକାର ପ୍ରଦୂଷଣକୁ ରୋକିବା ପାଇଁ ପ୍ରୟାସ କରିବା ଓ ସର୍ବୋପରି ପରିବେଶ ସୁରକ୍ଷା ଅଭିଯାନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ବକ୍ତାମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗ ମୁଖ୍ୟ ଡକ୍ଟର ମଧୁଛନ୍ଦା ମହାନ୍ତି ଅତିଥି ପରିଚୟ ଦେବା ସହିତ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ।

{"id":869741,"sizeSlug":"large","linkDestination":"none"}

କାର୍ମିକ ପ୍ରବନ୍ଧନ ଓ ଶୈଳ୍ପିକ ସମ୍ପର୍କ ବିଭାଗର ପ୍ରଧ୍ୟାପକ ତଥା କ୍ରୀଡା ପରିଷଦର ଅଧ୍ୟକ୍ଷ ଡକ୍ଟର ବିଜୟ ସୁନ୍ଦର ରାୟ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବାସହିତ ଛାତ୍ରଛାତ୍ରୀମାନେ ଏକ ଏକ ପରିବେଶ ସୈନିକ ଭାବରେ ପରିବେଶର ସୁରକ୍ଷାରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଅଭିଯାନର କାର୍ଯ୍ୟନିର୍ବାହୀ ସଦସ୍ୟ ଡକ୍ଟର ନାରାୟଣ ତ୍ରିପାଠୀ ଓ ଗୋପୀକଲ୍ୟାଣ ମହାପାତ୍ରଙ୍କ ସମେତ ଡକ୍ଟର ଲକ୍ଷ୍ମୀପ୍ରଦା ପଟ୍ଟନାୟକ , ଡକ୍ଟର କାର୍ତ୍ତିକ ଚନ୍ଦ୍ର ଦାସ ଓ ଡକ୍ଟର କୀର୍ତ୍ତି ରଞ୍ଜନ ମଲ୍ଲିକ ପ୍ରମୁଖ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସରମାନେ ଉପସ୍ଥିତ ରହି ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.