ମାଲକାନଗିରି ୨୦/୦୭: ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ବର୍ଷରେ ବୁଡିଲା ପୋଲ ଯାତାୟାତ ଠପ୍ । ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ସବୁଠି ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି ।
ମହାରାଜପାଲି, ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବା ବେଳେ ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦି ପୋଲ ଉପରେ ୭ ରୁ ୮ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଛି ।
ଫଳରେ ମାଲକାନଗିରି ଠାରୁ କାଲିମେଳା ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସବୁଠି ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନର ଅଧିକାରୀ ମାନେ ସବୂଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।
ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । କାଲିମେଳାରେ ୪୦ ମିମି ବର୍ଷା ହୋଇଛି । ଜିଲ୍ଲାରେ ମୋଟ ୮୩.୮ମିମି ବର୍ଷା ହୋଇଛି । ଲଗାଣ ବର୍ଷାରେ ମାଲକାନଗିରି-ମୋଟୁ ରାସ୍ତାର କାଙ୍ଗୁରକୁଣ୍ଡା ଓ ଏମ୍ଭି-୯୬ ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହୋଇଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।