ଆସୁଛି ସଲ୍ମାନଙ୍କ ‘ଟାଇଗର ୩’, ଜାଣନ୍ତୁ କେଉଁ ଷ୍ଟାର ନେଇଛନ୍ତି କେତେ ଫି’ ?
30/09/2023 at 9:57 AM

ମୁମ୍ବାଇ ୩୦।୦୯: ଆଗକୁ ଆସୁଛି ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’। ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି । ଏହି ଫିଲ୍ମର ଲିଡ୍ ରୋଲରେ ଦେଖିବାକୁ ମିଳିବେ ବଡ ବଡ ଷ୍ଟାର୍କାଷ୍ଟ । ଏଥିରେ ନଜର ଆସିଛନ୍ତି ସଲମାନ୍ ଖାନ୍, କ୍ୟାଟ୍ରିନା କୈଫ୍, ଇମ୍ରାନ୍ ହାସମୀ, ରିଦ୍ଧି ଡୋଗରା, ଭିଶାଲ୍ ଜେଠଓ୍ବା, ଅଭିନୟ ରାଏ ସିଂ, ଆଶୁତୋଶ ରଣା , ରଣବୀର ସୋରି ଓ ଇଡଓ୍ବାର୍ଡ ସୋନେନବିକ ଦେଖିବାକୁ ମିଳିବ।

ସଲମାନ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ । ସେ ଏହି ଫିଲ୍ମ ପାଇଁ ନେଇଛନ୍ତି ପାଖାପାଖି ୧୦୦ କୋଟି । ତେବେ ପୂର୍ବରୁ ଫିଲ୍ମ ୨ଟି ପାର୍ଟ ବକ୍ସବଷ୍ଟର ହିଟ୍ ପ୍ରମାଣିତ ହୋଇଛି । ଭାଇଜାନଙ୍କ ‘ଏକ ଥା ଟାଇଗର’ ୩୩୪ କୋଟିରୁ ଅଧିକ ରୋଜଗାର କରିଥିଲା । ସେହିପରି ସଲ୍ଲୁଙ୍କ ‘ଟାଇଗର ଜିନ୍ଦା ହେ’ ବକ୍ସ ଅଫିସ୍ରେ ୫୭୦ କୋଟି ଟଙ୍କା ରୋଜଗାର କରିଥିଲା।

ସେହିପରି ସଲମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ୍ । କିନ୍ତୁ ଭାଇଜାନ୍ଙ୍କ ତୁଳନାରେ କ୍ୟାଟ୍ଙ୍କ ଫି ବହୁତ୍ କମ୍ ରହିଛି । ସେ ଏହି ଫିଲ୍ମ ପାଇଁ ପାଖାପାଖି ୧୦ କୋଟି ନେଇଥିବା ଜଣାପଡି଼ଛି । ଟାଇଗର୍-୩ରେ ଇମ୍ରାନ୍ ହାସମୀ ନଜର ଆସିବେ। ସେ ଫିଲ୍ମରେ ନେଗେଟିଭ୍ ରୋଲ ପାଇଁ ନେଇଛନ୍ତି ୨.୫ କୋଟି ।

ସେହିପରି ଆଶୁତୋଶ ରଣା ମଧ୍ୟ ଫିଲ୍ମରେ ଜଣେ ଗୁପ୍ତଚର ଭାବେ ନଜର ଆସିବେ । ଫିଲ୍ମରେ ତାଙ୍କ ନାଁ କର୍ଣ୍ଣଲ୍ ଲୁଥରା ରହିଛି ସେ ଏହି ଫିଲ୍ମ ପାଇଁ ପାଖାପାଖି ୬୦ କୋଟି ନେଇଛନ୍ତି।ରଣଭୀର ସୋରି ବି ଫିଲ୍ମରେ RAW ଏଜେଣ୍ଟ ଭୂମିକାରେ ନଜର ଆସିବେ । ଏଥିପାଇଁ ତାଙ୍କୁ ମିଳିଛି ୫୦ ଲକ୍ଷ ମିଳିଛି । କ୍ୟାଟ୍ରିନାଙ୍କ ବ୍ୟତିତ ଫିଲ୍ମରେ ଲେଡି ଆଟିଷ୍ଟ ଭାବେ ରିଦ୍ଧି ଡୋଗ୍ରା ନଜର ଆସିବେ । ସେ ଏଥିପାଇଁ ଚାର୍ଜ କରିଛନ୍ତି ୩୦ ଲକ୍ଷ ଟଙ୍କା।

ଫିଲ୍ମରେ ଅଭିନୟ ପାଇଁ ଭିଶାଲ୍ ଜେଠଓ୍ବା ନେଇଛନ୍ତି ୨୦ ଲକ୍ଷ ଟଙ୍କାର ପାରିଶ୍ରମିକ । ତେବେ ଟାଇଗର-୩ରେ ପଠାନ୍ ଫେମ୍ ଶାହରୁଖ ନଜର ଆସିବେ । ସଲମାନ୍ଙ୍କ ସହ ଶାହରୁଖ୍ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଏମାନଙ୍କୁ ଏକାଠୀ ଦେଖିବାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ ।

ରିପୋର୍ଟ ଅନୁଯାୟୀ, ଟାଇଗର୍-୩ ପାଇଁ ଆନୁମାନିକ ୩୩୦୦କୋଟି ଖର୍ଚ୍ଚ ହୋଇଥିବା କୁହାଯାଉଛି । ଆଉ ଏହି ଫିଲ୍ମ ୟସ୍ ରାଜ୍ ଫିଲ୍ମର ସବୁଠାରୁ ମହଙ୍ଗା ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଏହି ଫିଲ୍ମ ୧୦ ନଭେମ୍ବର ୨୦୨୩ରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ।
You Can Read: