କରୀଶ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟି ଦେଲା ଦୁଃଖ ; ଅର୍ଜୁନ, ଅଂଶୁଲା କପୁରଙ୍କୁ କରୋନା

Published By : Prameya-News7 Bureau | December 29, 2021 IST

ମୁମ୍ବାଇ ୨୯/୧୨ :  ବଲିଉଡର କପୁର ଖାନଦାନରେ ଏବେ କରୋନାର ବୋମା ଫୁଟିଛି।  ବୋନି କପୁରଙ୍କ ପୁଅ ବଲିଉଡ ଅଭିନେତା ଅର୍ଜୁନ କପୁର, ଅଂଶୁଲା କପୁର ଓ ଅନୀଲ କପୁରଙ୍କ ଝିଅ ରିୟା କପୁର ଓ ଜ୍ୱାଇଁ କରଣ ବୁଲାନିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ସମସ୍ତେ ଗୃହ ସଙ୍ଗରୋଧରେ ଅଛନ୍ତି।  ଅର୍ଜୁନଙ୍କୁ ଏବର୍ଷ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏବର୍ଷ କରିଶ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଅର୍ଜୁନ ମଲାଇକାଙ୍କ ସହ ଯୋଗ ଦେଇଥିବା  ଦେଖିବାକୁ ମିଳିଥିଲା।  ଅର୍ଜୁନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରିବା ପାଇଁ କହିଛନ୍ତି।

{"id":566803,"sizeSlug":"full","linkDestination":"none"}

ମଲାଇକା ଆରୋରାଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯିବ । ଏହା ପୂର୍ବରୁ ମଲାଇକା ଆରୋଡ଼ାଙ୍କ ପରେ ଅର୍ଜୁନ କରୋନା ସଂକ୍ରମିତ ହୋଇଥିଲେ। ବଲିଉଡ଼ ସିନେମା ପ୍ରଯୋଜକ ବନି କପୁର ମଧ୍ୟ ଅସୁସ୍ଥ ଅନୁଭବ କରୁଥିଲେ । କିନ୍ତୁ ତାଙ୍କର  କରୋନା ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିବ ଆସିଛି। ଯାହ୍ନବୀ ଓ ଖୁସି କପୁରଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ।

{"id":566804,"sizeSlug":"full","linkDestination":"none"}

ଯେତେବେଳେ କରୀନା କପୁର ଓ ଅମୃତା ଆରୋରା କରୋନା ସଂକ୍ରମିତ ହୋଇଥିବା ଖବର ଆସିଲା ସେତେବେଳେ ରିୟା କପୁର ମଧ୍ୟ ନିଜର କରୋନା ପରୀକ୍ଷା କରାଇଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଲା। ସମ୍ପ୍ରତି ଏମାନେ ସମସ୍ତେ କରିଶ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଇଥିଲେ। କରୀନା କପୁର କରୋନାରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ତାଙ୍କ ପିଲାମାନଙ୍କ ସହିତ ଖ୍ରୀଷ୍ଟମାସ ପାର୍ଟି ମନାଉଥିବାର ଦେଖାଯାଇଥିଲା। ଯାହାଫଳରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିଲେ।  

{"id":566805,"sizeSlug":"full","linkDestination":"none"}

ଗତ କିଛିଦିନ ତଳେ ରଣବୀର ସୌରି ତାଙ୍କ ପୁଅ କରୋନା ସଂକ୍ରମିତ ହେବାର ଖବର ଦେଇଥିଲେ। ସେ କହିଥିଲେ ମୁ ଆଉ ମୋ ପୁଅ ଛୁଟି କାଟିବା ପାଇଁ ଗୋଆ ଯାଇଥିଲୁ। ସେଠାରୁ ଫେରିବା ସମୟରେ ମୁମ୍ବାଇ ଫ୍ଲାଇଟରେ ଯିବା ପୂର୍ବରୁ ଆମର କରୋନା ପରୀକ୍ଷା କରାଯାଇଥିଲା। ମୋ ପୁଅ ହାରୁନର ରିପୋର୍ଟ ପଜିଟିବ ଆସିଛି।ଆମ ଦୁଇ ଜଣଙ୍କ ପାଖେ କୌଣସି ଲକ୍ଷଣ ନଥିଲା । ଏହା ଛଡ଼ା  ଅଭିନେତା ନକୁଲ ମେହେଟା ଓ ଅର୍ଜୁନ ବିଜଲାନୀ ମଧ୍ୟ କରୋନା ପଜିଟିଭ ହୋଇସାରିଛନ୍ତି।

{"id":566806,"sizeSlug":"full","linkDestination":"none"}

ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଛି। ମୁମ୍ବାଇରେ ଓମିକ୍ରନ ଓ କରୋନା ବଢ଼ୁଥିବାରୁ ଏହାର ପ୍ରଭାବ ଫିଲ୍ମ ସୁଟିଂରେ ପଡ଼ିଛି। କରୋନା ସଂକ୍ରମଣକୁ ଦେଖି ମୁମ୍ବାଇରେ ରାତ୍ରୀ କାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି।ସେଥିପାଇଁ ସିନେମା ରିଲିଜ ମଧ୍ୟ ସ୍ଥଗିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.