ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

କଂଗ୍ରେସ ନେତାମାନେ ମୋତେ ଅନୁରୋଧ କରିବାରୁ ମୁଁ ଅଧ୍ୟକ୍ଷ ନିର୍ବାଚନରେ ଭାଗ ନେଲି: ମଲ୍ଲିକାର୍ଜୁନ ଖଡ଼ଗେ

2/10/2022 at 2:51 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବିଳମ୍ବରେ ଏଣ୍ଟ୍ରି ନେଇ ଅନେକ ଚର୍ଚ୍ଚା ହେଉଛି। ସିଏ କୁଆଡ଼େ ପାର୍ଟିର ପ୍ରଥମ ପସନ୍ଦ ଓ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ଅନେକ ଚର୍ଚ୍ଚା ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଖଡଗେ। ସେ କାହାକୁ ବିରୋଧ କରିବା ପାଇଁ ନିର୍ବାଚନକୁ ଆସି ନାହାନ୍ତି। ବରଂ ଦଳକୁ ମଜଭୁତ କରିବା ପାଇଁ ସେ ଅଧ୍ୟକ୍ଷ ନିର୍ବାଚନକୁ ଆସିଛନ୍ତି ବୋଲି ଖଡ଼ଗେ କହିଛନ୍ତି। ଦଳର ବରିଷ୍ଠ ଓ ଯୁବନେତାମାନେ ତାଙ୍କୁ ଅନୁରୋଧ କରିବାରୁ ସେ ନିର୍ବାଚନରେ ସାମିଲ୍ ହୋଇଛନ୍ତି।

ଅଧ୍ୟକ୍ଷ ନିର୍ବାଚନରେ ଛିଡ଼ା ହେବା ପରେ ଖଡଗେ ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନରେ ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ଟକ୍କର ହେବ। କାରଣ ନାମାଙ୍କନ ପତ୍ର ଭରିଥିବା ୩ ଜଣଙ୍କ ମଧ୍ୟରୁ କେଏନ୍ ତ୍ରିପାଠୀଙ୍କ ନାମାଙ୍କନ ରିଜେକ୍ଟ ହୋଇଯାଇଛି।

ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଜୀ ଙ୍କ ଜନ୍ମ ବାର୍ଷିକୀ ହୋଇଥିବାରୁ ଆଜି ଠାରୁ ଖଡ଼ଗେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ମୁଁ ପିଲାବେଳୁ ନ୍ୟାୟ ନୀତି ଆଦର୍ଶ ସହିତ ଲଢ଼େଇ କରି ଆସିଛି। ମୁଁ ବିରୋଧୀ ଦଳର ନେତା ବି ହୋଇରାସାରିଛି ବୋଲି ଖଡ଼ଗେ କହିଛନ୍ତି। ଇତିମଧ୍ୟରେ ଖଡ଼ଗେଙ୍କ ପାଇଁ ପ୍ରଚାର କରିବାକୁ ତିନ କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦର ଏସ୍‌ ହୁଡ୍ଡା ଓ ସାୟଦ ନସୀର ହୁସେନ ଦଳର ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଆଜି
ଠାରୁ ସେମାନେ ପ୍ରଚାର କରିବେ। ଯଦି ଆବଶ୍ୟକ ହେଲା ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ। ଅକ୍ଟୋବର ୧୯ ତାରିଖରେ ଭୋଟ୍ ଗଣତି ହେବ ଓ ସେହିଦିନ ଭୋଟ ଗଣତି ହେବ। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨୪-୩୦ ମଧ୍ୟରେ ନାମାଙ୍କନ ଭରିବା ତାରିଖ ଥିଲା। ଅକ୍ଟୋବର ୧ରେ ସ୍କ୍ରୁଟିନି ହୋଇଥିବା ବେଳେ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଉଇଡ୍ର କରିବା ପାଇଁ ଟାଇମ୍ ରହିଛି। ଏହି ଦିନ ହିଁ ଫାଇନା ପ୍ରାର୍ଥୀ ଘୋଷଣା କରାଯିବ। ୯ ହଜାରରୁ ଅଧିକ ପିସିସି ସଦସ୍ୟ ଭୋଟ୍ ଦେବେ।   

   Related Posts