ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏମିତି ବି ନିଆଯାଏ ପ୍ରତିଶୋଧ! ଛୁଆକୁ ଝିଣି ଖାଇଯିବାରୁ ରାଗିଗଲେ ମାଙ୍କଡ ପଲ, ପ୍ରତିଶୋଧ ନେବାକୁ ୨୫୦କୁକୁରଙ୍କୁ ମାରି ସାରିଲେଣି

18/12/2021 at 10:04 PM

ମୁମ୍ବାଇ ୧୮/୧୨ : ମହାରାଷ୍ଟ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ସତରେ କଣ ଏମିତି ବି ହୁଏ? ପଶୁମାନେ ବି ଏମିତି ପ୍ରତିଶୋଧ ନିଅନ୍ତି? ଏଭଳି ଅସମାୟିତ ପ୍ରଶ୍ନ ମନରେ ଉଙ୍କିମାରୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ।

ଗୋଟିଏ କି ଦୁଇଟି ନୁହେଁ ମାସକରେ ପ୍ରାୟ ୨୫୦ଟି କୁକୁରଙ୍କୁ ମାରିସାରିଲେଣି ମାଙ୍କଡ । ଅଧିକାଂଶ କୁକୁର ଛୁଆଙ୍କୁ ଟାର୍ଗେଟ କରିଚାଲିଛନ୍ତି ମାଙ୍କଡମାନେ । ମହାରାଷ୍ଟ୍ରର ବିଡ୍‌ ଜିଲ୍ଲା ମାଜାଲଗାଓଁ ଅଞ୍ଚଳରେ ଏଭଳି ଘଟଣା ପଶୁପ୍ରେମୀଙ୍କୁ ବିସ୍ମିତ କରିଛି । ପ୍ରତିଶୋଧ ପରାୟଣ ହୋଇ ମାଙ୍କଡମାନେ ଏଭଳି କରିଚାଲିଛନ୍ତି ।

ସୂଚନା ମୁତାବକ କିଛି କୁକୁର ଗୋଟିଏ ଛୁଆ ମାଙ୍କଡକୁ ଝୁଣିଝୁଣି ମାରିଦେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି ମାଙ୍କଡ । ଗ୍ରାମବାସୀଙ୍କ କହିବା ମୁତାବକ ମାଙ୍କଡମାନେ ପ୍ରତିଶୋଧ ନେବାପାଇଁ ଏମିତି କୁକୁରମାନଙ୍କୁ ଟାର୍ଗେଟ କରୁଛନ୍ତି । ସେହି ଅଞ୍ଚଳରେ ଗତ ମାସେ ହେଲାଣି ଯେତେ ସବୁ କୁକୁର ଏବଂ କୁକୁର ଛୁଆ ଦେଖୁଛନ୍ତି ସେମାନଙ୍କୁ ଗଛ ଉପରକୁ ନେଇ ତଳକୁ ଫିଙ୍ଗିଦେଉଛନ୍ତି । ଯାହାଫଳରେ ସେମାନଙ୍କର ମୃତ୍ୟୁ ହେଉଛି । ଏମିତିକି ଛୋଟ ଛୋଟ ଶିଶୁ ଯେଉଁମାନେ କି ସ୍କୁଲ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ମାଙ୍କଡ । ଏଭଳି ପ୍ରତିଶୋଧ ପରାୟଣ ହେବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଗ୍ରାମବାସୀମାନେ ଏ ନେଇ ଜଙ୍ଗଲ ବିଭାଗକୁ ଖବର ଦେବାପ ସହ ସ୍ଥାନୀୟ ଅଞ୍ଚଳରୁ ମାଙ୍କଡମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ କିଛି ଗାର୍ଡଙ୍କୁ ପଠାଯାଇ ମାଙ୍କଡମାନଙ୍କୁ ଧରିବା ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ଗୋଟିଏ ବି ମାଙ୍କଡଙ୍କୁ ଧରିବାରେ ସଫଳ ହୋଇନାହାନ୍ତି । ଫଳରେ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

   Related Posts