scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବହୁତ ହେଇଗଲା, ଏବେ ନୀତୀଶଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ: ଅମିତ ଶାହ

25/02/2023 at 10:29 PM

ପାଟନା: ବିହାରରେ ଏକ ରାଲିକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ହେବା ଲୋଭରେ ନୀତୀଶ ବିଜେପିର ହାତ ଛୋଡ଼ି କଂଗ୍ରେସ ଓ ଆର୍‌ଜେଡିରେ ସାମିଲ୍ ହୋଇଛନ୍ତି ବୋଲି ଶାହ କହିଛନ୍ତି।

ଶନିବାର ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ଲୌରିଆରେ ଏକ ରାଲିକୁ ସମ୍ବୋଧନ କରି ନୀତୀଶଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଶାହ। ଏନେଇ ସେ କହିଛନ୍ତି ଯେ ନୀତୀଶ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କରିବାକୁ ରାଜି ହୋଇଛନ୍ତି। ତେବେ ତାଙ୍କୁ ଘୋଷଣା କରିଦେବା ଦରକାର ଯେ ସେ ଏହା କେବେ କରିବାକୁ ଚାହୁଁଛନ୍ତି।

ବାଲ୍‌ମିକି ନଗର ଲୋକସଭା କ୍ଷେତ୍ରରେ ଭାଷଣ ଦେଇ ନୀତୀଶ ବିହାରକୁ ଜଙ୍ଗଲ ରାଜ ଭିତରୁ ଠେଲି ଦେଇଛନ୍ତି ବୋଲି ଶାହ କହିଛନ୍ତି। ତା ସହିତ ନୀତୀଶଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଗଲା ବୋଲି ଶାହ କହିଛନ୍ତି।

ସେ କହିଛନ୍ତି ” ଆୟା ରାମ ଗୟା ରାମ ଏବେ ବହୁତ ହେଇଗଲା, ନୀତୀଶ କୁମାରଙ୍କ ପାଇଁ ଦଳର ଦ୍ୱାର ସବୁଦିନ ପାଇଁ ବନ୍ଦ। ଜୟ ପ୍ରକାଶ ନାରାୟଣଙ୍କ ଦିନରୁ କଂଗ୍ରେସ ଓ ଜଙ୍ଗଲରାଜ ବିରୋଧରେ ଜୀବନସାରା ସଂଘର୍ଷ କରିବା ପରେ ଏବେ ନୀତୀଶ କୁମାର ବିହାରରେ ଜଙ୍ଗଲରାଜ ଆଣିଥିବା ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ଓ ସୋନିଆ ଗାନ୍ଧୀଙ୍କ ଚରଣରେ ଯାଇ ବସିଗଲେ। ପ୍ରଧାନମନ୍ତ୍ରୀ ପଦର ମହତ୍ୱକାଂକ୍ଷା ପାଇଁ ସେ ବିକାଶବାଦୀରୁ ଅବସରବାଦୀ ହୋଇଗଲେ। “

   Related Posts