ଲର୍ଡସ୍‌ ପରାଜୟ ସ୍ବୀକାର କରିପାରୁ ନାହିଁ ବ୍ରିଟିଶ୍‌ ଗଣମାଧ୍ୟମ, ଭାରତୀୟ କ୍ରିକେଟରଙ୍କ ଉପରେ ଆଣିଲା ଏମିତି ଅଭିଯୋଗ

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮:  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ରୋମାଞ୍ଚକର ଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ୧୫୧ ରନ୍‌ରେ ପରାଜୟ ବରଣ କରିଥିଲା। ଲର୍ଡସ ଷ୍ଟାଡିୟମ୍‌ରେ ଇଂଲଣ୍ଡକୁ ହରାଇବା ଭାରତୀୟ ଟିମ୍‌ ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ପଞ୍ଚମ ଦିନରେ ଆୟୋଜକ ଦଳ ଯେମିତି ଅସହାୟତା ପ୍ରକାଶ କଲା ତାହାକୁ ନେଇ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ । କିନ୍ତୁ ଏହି ପରାଜୟକୁ ସ୍ବୀକାର କରିବା ଇଂରେଜ ଦଳ ପାଇଁ ସହଜ ନୁହେଁ ଆଉ ଏହି କାରଣ ପାଇଁ ଏବେ ଇଂଲିଶ ମିଡିଆ ମଧ୍ୟ ଚିନ୍ତାରେ ରହିଛି । ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ଉପରେ ଭିତ୍ତିହୀନ ଅଭିଯୋଗ ଲଗାଉଛି ଇଂଲଣ୍ଡର ଗଣମାଧ୍ୟମ ।

ଭାରତୀୟ ଖେଳାଳିଙ୍କ ଉପରେ ଇଂଲିଶ ମିଡିଆର ଅଭିଯୋଗ
ମ୍ୟାଚ୍‌ ହାରିବା ପରେ ଏହାକୁ ଏକ ନୂଆ ରଙ୍ଗ ଦେଇଛି ବ୍ରିଟିଶ ଗଣମାଧ୍ୟମ। ଦି ଗାର୍ଡିଆନ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ, ଟିମ୍‌ ଇଣ୍ଡିଆର ଖେଳାଳି  ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନଙ୍କୁ ଟାର୍ଗେଟ କରିଥିଲେ । ରବିନସନ୍‌ ପାଭିଲିୟନ୍‌ ସିଢ଼ିରୁ ଓହ୍ଲାଉଥିବା ବେଳେ ୨ ଜଣ ଭାରତୀୟ ଖେଳାଳି ପଡ଼ିଆରେ ଡ୍ରିଙ୍କ ଦେଇ ଫେରୁଥିଲେ। ରବିନସନ୍‌ ଅଟକି ଯିବା ସହ ସେମାନେ ଦୁଇ ଜଣ ଗୋଟିଏ ପଟେ ଛିଡ଼ା ହେବାକୁ ନେଇ ସେ ଅପେକ୍ଷା କରିଥିଲେ ।  କିନ୍ତୁ ସେମାନେ ରବିନସନ୍‌ଙ୍କୁ ରାସ୍ତା ଛାଡ଼ିନଥିଲେ ବୋଲି ଗାର୍ଡିଆନ୍‌ରେ ଖବର ପ୍ରକାଶ ପାଇଛି।

ଏହା ସହ ରବିନସନ୍‌ ଭାରତୀୟ ଖେଳାଳିଙ୍କୁ କିଛି ନକହି ସେମାନଙ୍କ ରାସ୍ତା ଛାଡ଼ିବାକୁ ନେଇ ଅପେକ୍ଷା କରିଥିଲେ। କିନ୍ତୁ ଟିମ୍‌ ଇଣ୍ଡିଆର ଖେଳାଳି କିଛି ସେକେଣ୍ଡ ପାଇଁ ତାଙ୍କୁ ରାସ୍ତା ଛାଡ଼ିନଥିଲେ। ଏହା ପରେ ସେମାନେ ରବିନସନଙ୍କୁ ଲୁକ୍‌ ଦେଇ ସେଠାରୁ ଚାଲିଯାଇଥିବା ଖବରରେ ଉଲ୍ଳେଖ ରହିଛି ।

ସୂଚନାଯୋଗ୍ୟ, ଦ୍ବିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡକୁ ୧୫୧ ରନ୍‌ରେ ମାତ ଦେଇଥିଲା। ମୁକାବିଲା ଚାଲିଥିବା ବେଳେ ଗୋଟିଏ ସମୟରେ ଏମିତି ଲାଗିଥିଲା ଯେମିତି ଇଂଲଣ୍ଡ ଜିତିବା ସୁନିଶ୍ଚିତ। କିନ୍ତୁ ବୁମରା ଏବଂ ଶାମୀଙ୍କ ପାର୍ଟନରସିପ୍‌ ଦଳକୁ ଏକ ଭଲ ସ୍କୋର ପର୍ଯ୍ୟନ୍ତ ନେଇଥିଲା । ପରେ ଭାରତୀୟ ବୋଲର କମାଲ କରିଥିଲେ।  ଏହାର ପ୍ରତିବଦଳରେ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ନିଜ ନାଁରେ କରିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ୨୫ ଅଗଷ୍ଟରୁ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.