FIFA World Cup 2022 : ବିଜୟ ଖୁସିରେ ମଦରେ ବୁଡି ରହିଲେ ଇଂଲଣ୍ଡ ଖେଳାଳିଙ୍କ ପାର୍ଟନର୍ସ, ବିଲ୍ ଦେଖିଲେ ଉଡିଯିବ ହୋସ  !

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ: ଫୁଟବଲ ବିଶ୍ୱ କପ ୨୦୨୨ କତାରରେ ଜାରି ରହିଛି । ଇଂଲଣ୍ଡ ଟିମ ଫୁଟବଲ ୱାର୍ଲଡ କପରେ ଭଲ ପ୍ରଦର୍ଶନ କରୁଛି । ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ସେମାନଙ୍କ ପାର୍ଟନର ମଧ୍ୟ ଦୋହାରେ ପହଞ୍ଚିଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଇରାନ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ ଖେଳାଳିଙ୍କ ପ୍ରେମିକା ଏବଂ ପତ୍ନୀମାନେ ବଡ଼ ଧରଣ ଉତ୍ସବ ପାଳିଥିଲେ ଏବଂ ମଦ ମଧ୍ୟ ପିଇଥିଲେ । ହ୍ୟାରୀ ମେଗୁଝରେଙ୍କ ପତ୍ନୀ ଫର୍ନ, ଡର୍ଜନ ପିକଫୋର୍ଡଙ୍କ ପ୍ରେମିକା ମେଗନ ଏବଂ ଜ୍ୟାକ ଗ୍ରେଲିଶଙ୍କ ପତ୍ନୀ ସାଶା ଏଟବୁଡ୍ ଏହି ବିଜୟ ଉତ୍ସବ ପାଳନରେ ସାମିଲ ଥିଲେ ।

ଇଂରାଜୀ ୱେବସାଇଟ୍ ଦ ସନ ଅନୁସାରେ, ଇଂଲଣ୍ଡ ଖେଳାଳିଙ୍କ ପାର୍ଟନର୍ସ ଲଗଜରୀ କ୍ରୁଜରେ ପ୍ରିମିୟର ପ୍ୟାକେଜରେ ଅଛନ୍ତି ଏବଂ କତାରରେ ପହଞ୍ଚିବା ପୂର୍ବରୁ ଏଥିପାଇଁ ଅର୍ଥ ପଇଠ କରାଯାଇଥିଲା । କିନ୍ତୁ ୨୫୦ ପାଉଣ୍ଡର ପାପ୍ ସହ କକଟେଲରେ ସାମ୍ପେନ ବୋତଲ ଅର୍ଡର କରିଥିଲେ। ସେମାନେ ଏତେ ମଦ ପିଇଥିଲେ ଯେ, ସକାଳେ ପୁଣି ଥରେ ବାରକୁ ସାମ୍ପେନ ଆଣିବାକୁ ପଡିଥିଲା । ରିପୋର୍ଟ ଅନୁସାରେ ଇଂଲଣ୍ଡ ଖେଳାଳିଙ୍କ ପାର୍ଟନର୍ସମାନେ ପ୍ରାୟ ୨୦୦୦୦ ପାଉଣ୍ଡ (ପ୍ରାୟ ୨୦ ଲକ୍ଷ ଟଙ୍କା)ର ମଦ ପିଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡ ଖେଳାଳିଙ୍କ ପ୍ରେମିକା ଏବଂ ପତ୍ନୀ ପ୍ରାୟ ୯୮ ବିଲିୟନର ଏକ ବିଳାଶମୟ ଜାହଜରେ ରହୁଛନ୍ତି । ଏହି ଜାହଜରେ ପ୍ରାୟ ୬ ହଜାର ୭୬୨ ଜଣ ରହିପାରିବେ। ଏହି ଜାହଜରେ ରହିବା ପାଇଁ ପ୍ରାୟ ୬-୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.