oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡର ଦମଦାର ବିଜୟ, ୫ ଓ୍ଵିକେଟରେ ହାରିଲା ନ୍ୟୁଜିଲାଣ୍ଡ

5/06/2022 at 5:34 PM

ଲର୍ଡ୍ସ; ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଇଂଲଣ୍ଡ ୫ ଓ୍ଵିକେଟରେ ଜିତି ନେଇଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ହରାଇ ଘରୋଇ ଇଂଲଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ରବିବାର ଚତୁର୍ଥ ଦିନର ପ୍ରଥମ ସେସନରେ ହିଁ ମ୍ୟାଚ୍‌ର ପରିସମାପ୍ତି ଘଟିଛି। ତୃତୀୟ ଦିନର ଖେଳ ଶେଷ ପରେ ଇଂଲଣ୍ଡକୁ ଜିତିବା ପାଇଁ ୬୧ ରନ ଦରକାର ଥିଲା। ଜୋ ରୁଟଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଜୋ ରୁଟ୍ ୨୬ତମ ଶତକ ହାସଲ କରିବା ସହ ୧୧୫ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଲିଛନ୍ତି। ବେନ ଫୋକ୍ସ ୩୨ ରନ କରି ଅପରାଜିତ ଅଛନ୍ତି। ଇଂଲଣ୍ଡ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ନ୍ୟୁଜିଲାଣ୍ଡ। ୬୯ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଇଂଲଣ୍ଡ ମ୍ୟାଚରେ ପରାଜୟ ଭୋଗିବ। ହେଲେ ଜୋ ରୁଟ୍ ଗୋଟିଏ ପଟେ ଇନିଂସ ସମ୍ଭାଳି ଦଳକୁ ବିଜୟୀ କରାଇଛନ୍ତି। ରୁଟଙ୍କ ବ୍ୟତୀତ ଅଧିନାୟକ ବେନ ଷ୍ଟୋକ୍ସ ୫୪ ରନର ଅପରାଜିତ ଇନିଂସ ଖେଳିଛନ୍ତି। ସେ ପଞ୍ଚମ ଓ୍ଵିକେଟ୍ ପାଇଁ ରୁଟଙ୍କ ସହ ୮୮ ରନର ଭାଗିଦାରୀ ଯୋଡିଥିଲେ। ବେନ ଫୋକ୍ସ ୩୨ ରନର ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

 ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପ୍ରଥମ ଇନିଂସରେ ୧୩୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ  ବି ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପରେ ଭ୍ରମଣକାରୀ ଦଳ ଡାରିଲ ମିଚେଲଙ୍କ ୧୦୮ ରନ ବଳରେ ଦ୍ଵିତୀୟ ଇନିଂସରେ ୨୮୫ ରନ କରିଥିଲା।  ନଅ ରନ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା।

   Related Posts