LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ରିକେଟର ନୂଆ ବାଦଶାହା ହେଲା ଇଂଲଣ୍ଡ : ଡବଲ ଟାଇ ପରେ ନ୍ୟୁଜିଲାଣ୍ଡକୁ ବାଉଣ୍ଡ୍ରି ଆଧାରରେ ହରାଇଲା ଇଂଲିଶ ଟିମ୍

15/07/2019 at 9:02 AM

ଲଣ୍ଡନ ୧୫/୭: ଇଲଣ୍ଡ କ୍ରିକେଟର ନୂଆ ବିଶ୍ବ ବିଜେତା । ରୋମାଞ୍ଚକର ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ବକପ୍ ହାତେଇଛି ଇଂଲିଶ ଟିମ୍ । ପ୍ରଥମେ ମ୍ୟାଚ୍ ଓ ପରେ ସୁପରଓଭର ଟାଇ ହେବାରୁ ଶେଷରେ ବାଉଣ୍ଡାରୀ ଆଧାରରେ ଟାଇଟେଲ ଜିତିଛନ୍ତି ମୋର୍ଗାନ୍ ଆଣ୍ଡ କୋ । ଏଥିସହ କ୍ରିକେଟର ସବୁଠୁ ବଡ଼ ମହାକୁମ୍ଭରେ ଯବନିକା ପଡ଼ିଛି ।

କ୍ରିକେଟର ନୂଆ ବାଦଶାହା ହେଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ବନିଲା ବିଶ୍ବ ବିଜେତା । କାଣ୍ଟେ କା ଟକ୍କର ମୁକାବିଲାରେ କିୱି ଟିମ୍ ବାଉଣ୍ଡାରୀ ଆଧାରରେ ପରାସ୍ତ କରି ବିଶ୍ବକପ୍ ଟାଇଟେଲ ହାସଲ କରିଛି ଇଂଲିଶ ଟିମ୍ । ପୂର୍ବରୁ ତିନି ଥର ଫାଇନାଲରେ ପହଞ୍ଚି ନିରାଶ ହୋଇଥିଲେ ମଧ୍ୟ ଶେଷରେ କ୍ରିକେଟର ମକ୍କା ଲର୍ଡସ୍ ଷ୍ଟାଡିୟମରେ ଚତୁର୍ଥ ଥରରେ ବାଜି ମାରି ନେଇଛନ୍ତି ମୋର୍ଗାନ୍ ଆଣ୍ଡ କୋ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ କପ୍ତାନ କେନ୍ ୱିଲିୟମସନ୍ । ତେବେ ଇଂଲିଶ ବୋଲରଙ୍କ ମାପଚୁପ୍ ବୋଲିଂ ଯୋଗୁଁ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ୱିକେଟ ହରାଇ ୨୪୧ ରନ୍ କରିବାକୁ ସମର୍ଥ ହୋଇଥିଲା । କିୱି ଟିମ୍ ପକ୍ଷରୁ ଓପନର ହେନେରୀ ନିକୋଲାସ୍ ସର୍ବାଧିକ ୫୫ ରନ୍ କରିଥିବା ବେଳେ ୱିକେଟ୍ କିପର ଟମ୍ ଲାଥମ୍ ୪୭ ରନ୍ କରି ପାଭଲିଅନ ଫେରିଥିଲେ । ସେହିପରି ଇଂଲଣ୍ଡ ଟିମ୍ ପକ୍ଷରୁ କ୍ରିଶ୍ ଓକସ୍ ଓ ଲିଆମ୍ ପ୍ଲଙ୍କେଟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆର୍ଚର ଓ ମାର୍କ ଉଡ୍ ଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ୱିକେଟ୍ ।

ପରେ ୨୪୨ ରନର ଟାର୍ଗେଟ୍ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ମଧ୍ୟ  ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ସମାନ ୨୪୧ ରନ୍ କରିଥିଲା । ବେନ୍ ଷ୍ଟୋକସ୍ ଓ ଜୋଶ ବଟଲରଙ୍କ ଚମତ୍କାର ପାର୍ଟନରସିପ ପାଇଁ ଇଂଲିଶ ଟିମ୍ ୨୪୧ ରନ୍ ରେ ପହଞ୍ଚି ପାରିଥିଲା । ଷ୍ଟୋକସ୍ ସର୍ବାଧିକ ୮୪ ରନ୍ କରି ନଟ୍ ଆଉଟ୍ ଥିବା ବେଳେ ବଟଲର୍ ୫୯ ରନ୍ କରିଥିଲେ । କିୱି ଟିମ୍ ପକ୍ଷରୁ ଲୋକି ଫର୍ଗୁସନ୍ ଓ ଜିମି ନିସମ୍ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମ୍ୟାଟ୍ ହେନେରୀ ଓ କୋଲିନ୍ ଗ୍ରାଣ୍ଡହୋମ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ ।

ତେବେ ଏହା ପରେ ହିଁ ଆରମ୍ଭ ହୋଇଥିଲା ଅସଲି ଖେଳ । ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର  ଖେଳାଯାଇଥିଲା ।

ଇଲଂଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୬ଟି ବଲ୍ ରେ ୧୫ ରନ୍ କରିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ନ୍ୟୁଜିଲାଣ୍ଡ ମଧ୍ୟ ସମାନ ୬ଟି ବଲ୍ ଖେଳି ୧୫ ରନ୍ କରିଥିଲା । ତେଣୁ ଶେଷରେ ବାଉଣ୍ଡାରୀ ଆଧାରରେ  ହୋଇଥିଲା ଫାଇନାଲ ଫଇସଲା । ମ୍ୟାଚରେ ଇଂଲଣ୍ଡ ୨୬ଟି ବାଉଣ୍ଡାରୀ ଓ ନ୍ୟୁଜିଲାଣ୍ଡ ୧୮ଟି ବାଉଣ୍ଡାରୀ ସ୍କୋର କରିଥିବାରୁ ଅଧିକ ବାଉଣ୍ଡାରୀ ଆଧାରରେ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜେତା ହୋଇଥିଲା ଇଂଲଣ୍ଡ ।

ଶେଷରେ ଷ୍ଟୋକସ୍ ଙ୍କୁ ମ୍ୟାଚ୍ ୱିନିଂ ଇଂନିସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ କିୱି କ୍ୟାପଟେନ୍ କେନ୍ ୱିଲିଅନସନଙ୍କୁ ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ ପାଇଁ  ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ କରାଯାଇଛି । ଏଥିସହ ଦେଢ ମାସ ଧରି ଚାଲିଥିବା କ୍ରିକେଟର ସର୍ବବୃହତ ଫେଷ୍ଟିଭାଲରେ ପୂର୍ଣ୍ଣଛେଦ ପଡ଼ିଛି ।

   Related Posts