ଭାରତ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା, ସ୍କ୍ଵାଡ୍‌କୁ ଫେରିଲେ ଏହି ଷ୍ଟାର ଖେଳାଳି

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଶୁକ୍ରବାର  ଭାରତ ବିପକ୍ଷ ଆଗାମୀ ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଇଅନ ମୋର୍ଗାନଙ୍କ ସନ୍ନ୍ୟାସ ପରେ ଜୋସ୍ ବଟଲର ଦଳର ନେତୃତ୍ଵ ନେବେ। ତାଙ୍କୁ ଇଂଲଣ୍ଡର ସୀମିତ ଓଭର କ୍ରିକେଟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଟି-୨୦ ପାଇଁ ୧୪ ଜଣିଆ ଏବଂ ଦିନିକିଆ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ। ୨୦୨୧ ଜୁଲାଇ ପରେ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଟି-୨୦ରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଦୁଇ ସିରିଜରେ ଆଦିଲ ରସିଦଙ୍କୁ ଦେଖିବାକୁ ମିଳିବ ନାହିଁ। ସେ ଇସିବିଠୁ ଛୁଟି ନେଇ ହଜ୍ ଯାତ୍ରାରେ ଯାଇଛନ୍ତି।

ଇଂଲଣ୍ଡ ଟି-୨୦ ଦଳ

wp:html /wp:html

ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ହେରି ବ୍ରୁକ, ସାମ କୁରନ, ରିଚାର୍ଡ ଗ୍ଲିସନ, କ୍ରିସ୍ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଟାଇମଲ ମିଲ୍ସ, ମାଥ୍ୟୁ ପାର୍କିସନ, ଜାସନ ରୟ, ଫିଲ ସଲ୍ଟ, ରିସ୍ ଟପଲି, ଡେଭିଡ୍ ଓ୍ଵିଲି।

ଇଂଲଣ୍ଡର ଦିନିକିଆ ଦଳ

wp:html /wp:html

ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ହେରି ବ୍ରୁକ, ବ୍ରାଇଡନ କର୍ସ, ସାମ କୁରନ, ଲିୟାମ ଲିଭିଙ୍ଗଷ୍ଟୋନ, କ୍ରେଗ ଓଭରଟନ, ମାଥ୍ୟୁ ପାର୍କିସନ, ଜୋ ରୁଟ୍, ଜାସନ ରୟ, ଫିଲ୍ମ ସଲ୍ଟ, ବେନ ଷ୍ଟୋକ୍ସ, ରିସ  ଟପଲୀ, ଡେଭିଡ୍ ଓ୍ଵିଲି।

ଟି-୨୦ ସିରିଜ୍

ପ୍ରଥମ ଟି-୨୦: ଜୁଲାଇ ୭, ରାତି ୧୦ଟା ୩୦, ଆଜେସ ବାଉଲ୍

ଦ୍ଵିତୀୟ ଟି-୨୦: ଜୁଲାଇ ୯, ସନ୍ଧ୍ୟା ୭ଟା, ଏଜବାଷ୍ଟନ

ତୃତୀୟ ଟି-୨୦: ଜୁଲାଇ ୧୦, ସନ୍ଧ୍ୟା ୭ଟା, ଟ୍ରେଣ୍ଟ ବ୍ରିଜ

ଦିନିକିଆ ସିରିଜ୍

ପ୍ରଥମ ଦିନିକିଆ: ଜୁଲାଇ ୧୨, ସନ୍ଧ୍ୟା ୫ଟା୩୦, କିଆ ଓଭାଲ

ଦ୍ଵିତୀୟ ଦିନିକିଆ: ଜୁଲାଇ ୧୪, ସନ୍ଧ୍ୟା ୫ଟା୩୦, ଲର୍ଡ୍ସ

ତୃତୀୟ ଦିନିକିଆ: ଜୁଲାଇ ୧୭, ଅପରାହ୍ନ ୩ଟା୩୦, ଏମିରାଟ୍ସ ଓଲ୍ଡ ଟ୍ରାଫର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.