କରୋନା ଆତଙ୍କ : ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ରବ୍ଦ, ଖେଳାଳି ଓ ହୋଟେଲ କର୍ମଚାରୀ ହୋଇଥିଲେ ସଂକ୍ରମିତ

Published By : Prameya-News7 Bureau | December 08, 2020 IST

ଜୋହାନ୍ସବର୍ଗ,୦୮/୧୨: କେପଟାଉନରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ରବ୍ଦ କରିଦିଆଯାଇଛି । ଉଭୟ ଦଳ ହୋଟେଲରେ ରହିଥିଲେ । ଦଳର କିଛି ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏପରିକି ହୋଟେଲର କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ ।

ସିରିଜ୍ ରବ୍ଦ କରିବା ନିଷ୍ପତ୍ତି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ମିଳିତ ଭାବେ ନେଇଛନ୍ତି । ଉଭୟ ମିଳିତ ବୟାନ ଜାରି କରି କହିଛନ୍ତି ଯେ, ଦଳର ଖେଳାଳିଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟଅବସ୍ଥା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ଦକ୍ଷିଣ ଆଫ୍ରିକା କ୍ରିକେଟ ପାଇଁ ଲଜ୍ଜାଜନକ ଘଟଣା । କାରଣ ଦଳର ବୋର୍ଡ ଖେଳାଳିଙ୍କୁ ହୋଟେଲରେ ସୁରକ୍ଷିତ ରଖିବାରେ ବିଫଳ ହୋଇଛି । ନଭେମ୍ବରରେ ମଧ୍ୟ ଦକ୍ଷିଣ ଆଫ୍ରିକାର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯାଇଥାନ୍ତା । କିନ୍ତୁ ସକାଳେ ଦକ୍ଷିଣ ଆଫ୍ରିକା ଖେଳାଲି କୋଭିଡ୍ ପଜିଟିବ୍ ଚିହ୍ନଟ ହୋଇଥିଲେ । ତେଣୁ ମ୍ୟାଚକୁ ରବିବାର ଯାଏଁ ସ୍ଥଗିତ କରାଯାଇଥିଲା । ପରେ ହୋଟେଲ କର୍ମଚାରୀ ସଂକ୍ରମିତ ହୋଇଥିଲେ । ଏପରିକି ଇଂଲଣ୍ଡ ଟିମର ୨ ସଦସ୍ୟ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ । ଏବେ ସମ୍ପୂର୍ଣ୍ଣ ଭାବେ ମ୍ୟାଚକୁ ରବ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.