scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ଣ୍ଣାୟକ ମୁକାବିଲା: ଭାରତକୁ ୨୬୦ ରନ ଟାର୍ଗେଟ୍ ଦେଲା ଇଂଲଣ୍ଡ, ହାର୍ଦ୍ଦିକଙ୍କୁ ୪ ଓ୍ଵିକେଟ୍

17/07/2022 at 7:17 PM

ମାଞ୍ଚେଷ୍ଟର: ଏଠାରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଇଂଲଣ୍ଡ ୨୫୯ ରନ ସ୍କୋର କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୦ ରନର ବିଜୟ ଲକ୍ଷ୍ୟ। ଇଂଲଣ୍ଡ ପକ୍ଷରୁ ଅଧିନାୟକ  ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଛନ୍ତି। ମୋଇନ ଅଲ୍ଲୀ ୩୪ ରନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୪ ଏବଂ ୟୁଜବେନ୍ଦ୍ର ଚହଲ ୩  ଓ୍ଵିକେଟ୍ ନେଇଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଜିତିବା ଦଳ ଆଜି ସିରିଜ୍ ହାତେଇବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୨ ରନର ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜୋନି ବେୟାରଷ୍ଟୋ(୦) ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସେହି ସମାନ ସ୍କୋରରେ ଜୋ ରୁଟ୍(୦)ଙ୍କୁ ପାଭିଲିୟନ ପଠାଇଥିଲେ ସିରାଜ। ପରେ ଜାସନ ରୟ ଏବଂ ବେନ ଷ୍ଟୋକ୍ସ ତୃତୀୟ ଓ୍ଵିକେଟରେ ୫୪ ରନ ଯୋଡିଥିଲେ। ରୟ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୭ ଚୌକା ସହ ୪୧ ରନ କରି  ହାର୍ଦ୍ଦିକଙ୍କ ବଲରେ ଆଉଟ୍ ହୋଇଥିଲେ। ବେନ ଷ୍ଟୋକ୍ସ ୨୭ ରନରେ ଆଉଟ୍ ହୋଇଥିଲେ। ୭୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡର ସ୍କୋରକୁ ଅଧିନାୟକ ବଟଲର ଏବଂ ମୋଇନ ଅଲ୍ଲୀ ଆଗେଇ ନେଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୫ ରନ ଯୋଡି ଦଳ ସ୍ଥିତି ସୁଧାରିଥିଲେ। ରବୀନ୍ଦ୍ର ଜାଡେଜା ମୋଇନ ଅଲ୍ଲୀ(୩୪ ରନ)ଙ୍କୁ ଆଉଟ୍ କରି ଭାଗିଦାରୀ ଭାଙ୍ଗିଥିଲେ।

ପୁଣି ବଟଲର ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ୍ଵିକେଟରରେ ୪୯ ରନ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ଲିୟାମ ୨୭ ରନରେ ପାଭିଲିୟନ ଫେରିଥିଲେ। ଅଧିନାୟକ ବଟଲର ଅର୍ଦ୍ଧଶତକ ହାସଲ କରିବା ସହ ୩ ଚୌକା ଏବଂ ୨ ଛକା ଜରିଆରେ ୬୦ ରନ କରିଥିଲେ। ପୁଣି ଡେଭିଡ୍ ଓ୍ଵିଲି ଏବଂ କ୍ରେଗ ଓଭରଟନ ଅଷ୍ଟମ ଓ୍ଵିକେଟରେ ୪୮ ରନ ଯୋଡିଥିଲେ। ଶେଷ ଆଡକୁ କ୍ରେଗ ଓଭରଟନ ୩୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ କରି ଅଲଆଉଟ୍ ହୋଇଛି। ଶେଷ ଦୁଇଟି ଓ୍ଵିକେଟ୍ ନେଇ ଚହଲ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୬୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୬୬ ରନ ଦେଇଛନ୍ତି। ଜାଡେଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

   Related Posts