ବଢୁଛି ଇଂଲଣ୍ଡକୁ ୱାର୍ଲଡ କପ୍ ବିଜେତା କରାଇଥିବା କୋଚଙ୍କ ଚାହିଦା,ଏବେ ସମ୍ଭାଳିବେ ଏହି ଆଇପିଏଲ ଟିମ୍ ର ଦାୟିତ୍ୱ
18/07/2019 at 6:21 PM

ଇଂଲଣ୍ଡକୁ ଆଇସିସି ୱାର୍ଲଡକପ୍ ୨୦୧୯ ଟାଇଟଲ ବିଜେତା କରିବାରେ କୋଚ୍ ଟ୍ରେଭର ବେଲିସଙ୍କ ଭୂମିକା ଉଲ୍ଲେଖନୀୟ। ତାଙ୍କ ପ୍ରଶିକ୍ଷଣରେ ଇଲଣ୍ଡ ପ୍ରଥମ ଥର ବିଶ୍ୱବିଜେତା ହେବାର ସୌଭାଗ୍ୟ ହାସଲ କରିଛି। ଏଣୁ ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର ହାଇଦ୍ରାବାଦ ଟ୍ରେଭରଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଥିବା ଟ୍ୟୁଟର ହ୍ୟାଣ୍ଡଲରେ ଘୋଷଣା କରିଛି। ଏଣୁ ଏସ୍ଆରଏଚ୍ ମୁଖ୍ୟ କୋଚ୍ ଥିବା ଟମ ମୁଡିଙ୍କୁ ପଦରୁ ହଟିବାକୁ ପଡିଛି।
?Announcement?
— SunRisers Hyderabad (@SunRisers) July 18, 2019
Trevor Bayliss, England's WC Winning coach, has been appointed as the new Head Coach of SunRisers Hyderabad. #SRHCoachTrevor pic.twitter.com/ajqeRUBym5
ଅତୀତରେ ଟ୍ରେଭର କୋଲକାତା ନାଇଟ୍ ରାଇଡରଙ୍କୁ ୨ ଥର ଆଇପିଏଲ ଟ୍ରଫି ଦିଆଇଛନ୍ତି। କୋଲକାତା ନାଇଟ୍ ରାଇଡର ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ତଥା ଟ୍ରେଭରଙ୍କ କୋଚିଂରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। କେବଳ ସେତି ନୁହେଁ ସିଡନୀ ସିକ୍ସର ଟିମକୁ ବିଗ୍ ବେସ୍ ଲିଗ ଓ ଚାମ୍ପିୟନ ଲିଗ ଟାଇଟଲ ବିଜେତା କରାଇବାରେ ମଧ୍ୟ ଟ୍ରେଭରଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।

ଟ୍ରେଭରଙ୍କ ପ୍ରଶିକ୍ଷଣର ଉଦାହରଣ ନିକଟରେ ହୋଇଥିବା କ୍ରିକେଟ୍ ବିଶ୍ୱକପ୍ ରେ ମଧ୍ୟ ଦେଖାଯାଇଛି। ତାଙ୍କ ପ୍ରଶିକ୍ଷଣ ଯୋଗୁ ଇଂଲଣ୍ଡ ଚତୁର୍ଥ ଥର ଫାଇନାଲକୁ ଯାଇଥିବା ବେଳେ ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେଇ ପ୍ରଥମ ଥର ବିଶ୍ୱବିଜେତା ହୋଇପାରିଛି। ଏଣୁ କ୍ରିକେଟ ଜଗତରେ ଏବେ କୋଚ୍ ଟ୍ରେଭରଙ୍କ ଚାହିଦା ଖୁବ୍ ବଢି ଯାଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଆଗାମୀ ଆଇପିଏଲ ସିଜିନ ଲାଗି ତାଙ୍କୁ ଅନୁବନ୍ଧ କରିବା ସହ ଏ ନେଇ ଟ୍ୟୁଟରହ୍ୟାଣ୍ଡଲରେ ଅଧିକାରିକ ପ୍ରେସ ରିଲିଜ୍ ମଧ୍ୟ ଜାରି କରିଛନ୍ତି।