ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟ୍‌କା, ଦଳରୁ ବାଦ୍‌ ପଡିଲେ ଏହି ଷ୍ଟାର ବୋଲର

23/08/2021 at 4:13 PM

ନୂଆଦିଲ୍ଲୀ ୨୩/୦୮ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ ହେଡିଙ୍ଗଲେ ଲିଡ୍‌ସରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୦-୧ରେ ବ୍ୟାକ୍‌ଫୁଟ୍‌ରେ ଥିବା ଇଂଲଣ୍ଡକୁ ତୃତୀୟ ଟେଷ୍ଟ ପୂର୍ବରୁ ଶକ୍ତ ଝଟ୍‌କା ଲାଗିଛି । ଦଳର ଷ୍ଟାର ବୋଲର ମାର୍କ ଉଡ୍‌ କାନ୍ଧରେ ଆଘାତ କାରଣରୁ ତୃତୀୟ ଟେଷ୍ଟରୁ ବାଦ୍ ପଡିଥିବା ନେଇ ସୂଚନା ମିଳିଛି ।

ଲର୍ଡସ୍‌ରେ ମାର୍କ ଉଡ୍‌ସଙ୍କ ପ୍ରଦର୍ଶନ ଭାରତକୁ ଅଡୁଆରେ ପକାଇଥିଲା । ଦ୍ବିତୀୟ ମ୍ୟାଚରେ ସେ ୫ଟି ଓ୍ବିକେଟ ନେଇଥିଲେ । ଭାରତ ଏହି ମ୍ୟାଚକୁ ୧୫୧ରନର ବୃହତ ବ୍ୟବଧାନରେ ଜିତିନେଇଥିଲା । ତେବେ ମାର୍କ ଉଡ୍‌ ତୃତୀୟ ଟେଷ୍ଟରୁ ବାଦ ପଡିବା ପରେ ଇଂଲଣ୍ଡର ଚିନ୍ତା ବଢିଯାଇଛି । ଉଡ୍‌ଙ୍କ ପୂର୍ବରୁ ଇଂଲଣ୍ଡର ସ୍ପିଡ୍‌ ଷ୍ଟାର ଷ୍ଟୁଆର୍ଟ ବ୍ରଡ୍‌ ଆହତ କାରଣରୁ ପୁରା ସିରିଜ୍‌ରୁ ବାଦ ପଡିଥିଲେ । ସେପଟେ ଜୋଫ୍ରା ଆର୍ଚର ମଧ୍ୟ ଟିମରେ ସାମିଲ ନାହାନ୍ତି । ଯାହାକି ଇଂଲଣ୍ଡକୁ ଆସନ୍ତା ଟେଷ୍ଟ ପାଇଁ ସଙ୍କଟରେ ପକାଇବ । ଅବଶ୍ୟ ଜେମ୍ସ ଆଣ୍ଡରସନଙ୍କ ଭଳି ଅଭିଜ୍ଞ ବୋଲର ଦଳରେ ଅଛନ୍ତି ।

ଲର୍ଡସ୍‌ ଟେଷ୍ଟରେ ୨୭୨ ରନର ପିଛା କରିବାକୁ ଯାଇ ଭାରତ ସାମ୍ନା​‌ରେ ଆତ୍ମ ସମର୍ପଣ କରିଥିଲେ ଇଂଲଣ୍ଡର ବ୍ୟାଟିଂ ବାହିନୀ । ଇଂଲଣ୍ଡ ଉପରେ ପ୍ରଥମରୁ ହିଁ ଭାରିପଡିଥିଲେ ଭାରତୀୟ ବୋଲିଂ ବାହିନୀ । ଇଂଲଣ୍ଡର ପୁରା ଟିମ ମାତ୍ର ୧୨୦ରନରେ ଅଲଆଉଟ ହୋଇଯାଇଥିଲା । ଅଧିନାୟକ ଜୋ ରୁଟ୍‌ ସର୍ବାଧିକ ୩୩ ରନ କରିଥି​‌ଲେ ସୁଦ୍ଧା ଅନ୍ୟମାନେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲେ ।

ଭାରତ ପକ୍ଷରୁ ଉଦୀୟମାନ ବୋଲର ମହମ୍ମଦ ସିରାଜ ଉଭୟ ଇଂନିସରେ ମୋଟ ୮ଟି ଓ୍ବିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବାହିନୀକୁ ଧୂଳିସାତ କରିଦେଇଥିଲେ । ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ ମହମ୍ମଦ ସାମୀ । ବୁମରାହଙ୍କ ସହ ମିଶି ଦ୍ବିତୀୟ ଇଂନିସରେ ୯ମ ଓ୍ବିକେଟ ପାଇଁ ୮୯ ରନର ଭାଗିଦାରୀ କରିଥିଲେ । ଯାହାଫଳରେ ଭାରତ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚିପାରିଥିଲା ଏବଂ ପରେ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ।

   Related Posts