ବ୍ରିଟେନ୍, ୨୫|୦୩: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । କିଛି କ୍ରିକେଟର୍ ମଧ୍ୟ ଘରେ ରହି ଓ ପରିବାର ସହ ସମୟ ବିତାଉଛନ୍ତି । ଇଂଲଣ୍ଡର କ୍ରିକେଟ ଦଳର ଉପ ଅଧିନାୟକ ଜୋସ୍ ବଟଲରଙ୍କ ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି । ସେ ଘରେ ଅଛନ୍ତି ଏବଂ ପତ୍ନୀ ଲୁଇ ୱେବରଙ୍କ ସହ ବ୍ୟାୟାମ କରୁଛନ୍ତି । ଜୋସ୍ ବଟଲରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି।
ଜୋସ୍ ବଟଲରଙ୍କ ପତ୍ନୀ ଲୁଇସ୍ ୱେବ୍ ଜଣେ ଜିମ୍ ଟ୍ରେନର , ତାଙ୍କର ନିଜସ୍ୱ ଜିମ୍ ଅଛି । ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ବଟଲର୍ ପୁରା କ୍ରିକେଟ୍ କିଟ୍ ପିନ୍ଧିଛନ୍ତି ଏବଂ ପତ୍ନୀ ଲୁଇସ୍ ତାଙ୍କୁ ଟ୍ରେନିଂ ଦେଉଛନ୍ତି । କେବଳ ଏତିକି ନୁହେଁ, ଜୋସ୍ ବଟଲର୍ ମଧ୍ୟ ତାଙ୍କ ହାତରେ ଏକ ବ୍ୟାଟ୍ ଧରିଛନ୍ତି ।
wp:core-embed/instagram {"url":"https://www.instagram.com/p/B995pRmggYG/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagramଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍କୋକସ୍ ମଧ୍ୟ କରୋନା ରୋକିବା ପାଇଁ ଘରେ ରହୁଥିବା ଲୋକଙ୍କୁ ଟିପ୍ସ ଦେଉଛନ୍ତି । ଏହି ଟିପ୍ସରେ ସେ ତାଙ୍କର ପୁରା ଦିନର କାର୍ଯ୍ୟକ୍ରମ ମଧ୍ୟ ସେୟାର କରିଥିଲେ । ଘରେ ଦିନସାରା କଣ କରନ୍ତି ଷ୍ଟୋକ୍ସ ଲୋକଙ୍କୁ କହିଥିଲେ ।
ନିକଟରେ ଜେମ୍ସ ଆଣ୍ଡରସନ୍ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଘରେ ୱାର୍କଆଉଟ କରୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ଝିଅଙ୍କ ସହ ଖେଳୁଥିବା ଦେଖିବାକୁ ମିଳିଛି ।
'