ଇତିହାସ ରଚିଲା ଇଂଲଣ୍ଡ, ଦିନିକିଆରେ କଲା ସବୁଠୁ ବଡ ସ୍କୋର

Published By : Prameya-News7 Bureau | June 17, 2022 IST

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ। ନିଜ ରେକର୍ଡ ଦଳ ନିଜେ ଭାଙ୍ଗିଲା। ଇଂଲଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଦିନିକିଆରେ ସବୁଠୁ ବଡ ସ୍କୋର କରିବାର ରେକର୍ଡ ଭାଙ୍ଗିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪ ଓ୍ଵିକେଟ୍ ହରାଇ ୪୯୮ ରନ କରିଛି। ଏହା ପୂର୍ବରୁ ଦିନିକିଆରେ ସର୍ବାଧିକ ସ୍କୋର ଥିଲା ୪୮୧ ରନ। ଏହି ସ୍କୋର ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୮ରେ କରିଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଆରମ୍ଭ ନିରାଶଜନକ ଥିଲା। ଦଳୀୟ ସ୍କୋର ୧ରେ ଜାସନ ରୟ ଆଉଟ୍ ହୋଇଥିଲେ। ପରେ ଫିଲିଫ ସଲ୍ଟ ଏବଂ ଡେଭିଡ୍ ମଲାନ ବିସ୍ଫୋରକ ବ୍ୟାଟିଂ  କରି ଦ୍ଵିତୀୟ ଓ୍ଵିକେଟରେ ୨୨୨ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ସଲଟ୍ ୯୩ ବଲରୁ ୧୪ ଚୌକା ଏବଂ ୩ ଛକା ଜରିଆରେ ୧୨୨ ରନ କରିଥିଲେ। ଡେଭିଡ୍ ମଲାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୦୯ ବଲରୁ ୧୨୫ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୯ ଚୌକା ଏବଂ ୩ ଛକା ସାମିଲ୍। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଜୋସ୍ ବଟଲର ମଧ୍ୟ ଶତକ ଅର୍ଜନ କରିଥିଲେ।

{"id":643411,"sizeSlug":"full","linkDestination":"none"}

ଆଇପିଏଲରେ ଦମଦାର ଫର୍ମରେ ଥିବା ବଟଲର ଏହି ମୁକାବିଲାରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ମାତ୍ର ୪୩ ବଲରୁ ଶତକ ପୂରଣ କରିଥିଲେ। ମୋଟ୍ ୭୦ ବଲରୁ ୧୬୨ ରନର ଇନିଂସ ଖେଳିଛନ୍ତି। ଏଥିରେ ୭ ଚୌକା ଏବଂ ୧୪ ଛକା ସାମିଲ୍। ତାଙ୍କ ବ୍ୟତୀତ  ଲିୟାମ ଲିଭିଙ୍ଗଷ୍ଟୋନ ମାତ୍ର ୨୨  ବଲରୁ ୬୬ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏଥିରେ  ୬ ଚୌକା ଏବଂ ୬ ଛକା ସାମିଲ୍।

ଏହି ମ୍ୟାଚରେ ଇଂଲଣ୍ଡର ବ୍ୟାଟସମ୍ୟାନ ମୋଟ୍ ୨୬ ଛକା ମାରିଛନ୍ତି। ଏଥିରୁ ୧୪ ଛକା ଏକାକୀ ବଟଲର ମାରିଛନ୍ତି। ଛଅଟି ଛକା ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଫିଲିପ ସଲ୍ଟ ଏବଂ ଡେଭିଡ୍ ମଲାନ ପ୍ରତ୍ୟେକ ୩ଟି ଲେଖାଏଁ ଛକା ମାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.