ରାଞ୍ଚି ଟେଷ୍ଟ; ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୦୭ ରନ୍ କରି ଅଲଆଉଟ୍

Published By : Prameya-News7 Bureau | February 25, 2024 IST

ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୦୭ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୪୬ ରନ୍‌ର ଲିଡ୍ ମିଳିଛି । ପ୍ରଥମ ଇନିଂସରେ ଯଶସ୍ବୀ ଜୈସ୍ବଲ ଓ ଧ୍ରୁବ ଜୁରେଲଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଇଂଲିଶ୍ ବୋଲିଂ ସାମ୍ନା ତିଷ୍ଠି ପାରିନାହାନ୍ତି । ବସିର୍‌ଙ୍କ ସ୍ପିନ୍ ଆଟାକ୍‌ରେ ଘାଇଲା ହୋଇଥିଲେ ସମସ୍ତ ବ୍ୟାଟର । ଫଳରେ ଟିମ୍ ଇଣ୍ଡିଆ ୩୦୭ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଧ୍ରୁବ ଜୁରେଲ ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିବା ବେଳେ ଯଶସ୍ବୀ ଜୈସ୍ବାଲ ୭୩ ରନର ଅର୍ଦ୍ଧଶକୀୟ ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ସୋଏବ୍ ବସିରଙ୍କୁ ୫ଟି ଓ୍ବିକେଟ୍ ମିଳିଛି । ସେହିପରି ଟମ୍ ହାର୍ଟିଲିଙ୍କୁ ୩ ଏବଂ ଜେମନ୍ସ ଆଣ୍ଡରସନ ୨ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।  

wp:embed {"url":"https://www.prameyanews7.com/royal-challengers-bangalore-women-won-by-2-runs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/royal-challengers-bangalore-women-won-by-2-runs/
/wp:embed

ଚତୁର୍ଥ ଟେଷ୍ଟରେ ପ୍ରଥମେ ଟସ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟମ୍ । ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୩୫୩ ରନ କରି ଅଲଆଉଟ୍ ହୋଇଥିଲା । ଇଂଲିଶ୍ ଦଳ ପକ୍ଷରୁ ଜୋ ରୁଟ୍ ୧୨୨ ରନ୍ କରି ଅପରାଜିତ ରହିିଥିଲେ । ମଧ୍ୟକ୍ରମ ବ୍ୟାଟର ଭାବେ ରବିନସନ୍ ୫୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହିପରି ବେନ୍ ଫୋକ୍ସ ୪୭ ରନ କରିଥିବା ବେଳେ ଜାକ୍ କ୍ରୋଲି ବ୍ୟକ୍ତିଗତ ଭବେ ୪୨ ରନ୍ ସଂଗ୍ରହ କରିଥିଲେ । ଏହି ୪ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଖେଳି ପାରିନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ସେହିପରି ପଦାର୍ପଣ ମ୍ୟାଚରେ ଆକାଶଦୀପ ସିଂହ ପ୍ରଭାବଶାଳୀ ବୋଲିଂ କରିଥିଲେ । ସେ ପ୍ରାରମ୍ଭରୁ ୩ଟି ଓ୍ବିକେଟ୍ ନେଇ ଭ୍ରମଣକାରୀ ଦଳକୁ ଶକ୍ତ ଝଟକା ଦେଇଥିଲେ । ଇଂଲଣ୍ଡ ଟିମ୍ ୩୫୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.