୪ ବର୍ଷ ପରେ ଇଂଲଣ୍ଡ ଦଳକୁ ଫେରିଲେ ଏହି ଖେଳାଳି, ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ହେଉଛନ୍ତି ପ୍ରସ୍ତୁତ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ, ୧୧|୦୩:  ଉଭୟ ଅଫ ସ୍ପିନ୍ ଓ ଲେଗ୍ ସ୍ପିନ୍ ବୋଲିଂ କରିବାର ଦକ୍ଷତା ରଖୁଥିବା ଇଂଲଣ୍ଡ ବୋଲର ଲିୟାମ ଲିଭିଂଷ୍ଟୋନ୍ ପଦାର୍ପଣ କରିବାର ୪ ବର୍ଷ ପରେ ପୁଣି ଷ୍ଟାଡିୟମକୁ ଓହ୍ଲାଇବେ । ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଦଳରେ ସାମିଲ ହେବେ । ସେ ଦାବି କରିଛନ୍ତି ଯେ, ସେ ଏବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିବାକୁ ଫିଟ୍ ଅଛନ୍ତି ।

ଜୁନ ୨୦୧୭ରେ ଦୁଇଟି ଟି୨୦ ଅନ୍ତରାଷ୍ଟ୍ରୀୟ ଖେଳିଥିବା ଲିଭିଂଷ୍ଟୋନ୍ ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଦଳରେ ସ୍ଥାନ ପାଇଥିଲେ । ସେ ବିଗ୍ ବାସ ଲଗିର ୧୪ଟି ମ୍ୟାଚରୁ ୪୨୬ ସ୍କୋର କରିଥିଲେ ।

ଲିଭିଂଷ୍ଟୋନ କହିଛନ୍ତି ଯେ, ୨୦୧୭ ତୁଳନାରେ ଅନେକ କିଛି ପରିବର୍ତ୍ତନ ଘଟିଛି । ତାଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ତ୍ତନ ହୋଇଛି । ବିଶ୍ୱସାରା ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳି ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିବାରୁ ଖୁସି ଲାଗୁଛି । ଏବେ ସେ କ୍ରିକେଟର ମଜା ଉଠାଉଛନ୍ତି ।

ସୂଚନାଯୋଗ୍ୟ, ଭାରତ ବିପକ୍ଷ ଟି୨୦ ସିରିଜ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ଭାରତ ଟେଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.