ଲଣ୍ଡନ: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦ ଘୋଷଣା କଲା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ। ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଥିବା ବେଳେ ଇଂଲଣ୍ଡ ୧୬ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର ଅଲରାଉଣ୍ଡର ସାମ କରନ୍ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳି ନାହିଁ।
ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳରେ ତିନୋଟି ନୂଆ ଚେହେରାଙ୍କୁ ସାମିଲ୍ କରିଛି। ସେମାନେ ହେଲେ- ଶୋଏବ ବଶିର, ଟମ ହାର୍ଟଲେ ଏବଂ ଗସ୍ ଆଟକିନସନ। ଟିମ୍ରେ ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍ ଏବଂ ରେହାନ୍ ଅହମ୍ମଦ ତିନି ସ୍ପିନରଙ୍କୁ ସ୍ଥାନ ମିଳିଛି। ଓଲି ପୋପ୍ ଏହି ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ।
ପଢ଼ନ୍ତୁ-ବର୍ଷାରେ ଧୋଇ ଯାଇପାରେ ୨ୟ ଟି-୨୦, ଏମିତି ରହିଛି ପୋର୍ଟ ଏଲିଜାବେଥର ପାଣିପାଗ
ଭାରତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ଜୋ ରୁଟ୍, ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ୍, ଜ୍ୟାକ୍ କ୍ରାଓଲେ, ବେନ୍ ଡୁକେଟ୍, ବେନ୍ ଷ୍ଟୋକ୍ସ, ଶୋଏବ ବଶିର, ବେନ୍ ଫକ୍ସ ଏବଂ ଓଲି ପୋପ୍ ଭଳି ୯ ଜଣ ବ୍ୟାଟର ଅଛନ୍ତି। ସେହିପରି ଟମ୍ ହାର୍ଟଲେ, ଜ୍ୟାକ୍ ଲିଚ୍ ଏବଂ ରେହାନ୍ ଅହମ୍ମଦଙ୍କ ପରି ତିନୋଟି ସ୍ପିନର ଅଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଜେମ୍ସ ଆଣ୍ଡରସନ୍, ଗସ୍ ଆଟିକିନସନ୍ସ, ଓଲି ରବିନ୍ସନ୍ ଓ ମାର୍କ ଉଡ୍ ଅଛନ୍ତି।
ସୂଚନା ଥାଉକି, ଜାନୁଆରୀରେ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିବ। ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ। ଏହାପରେ ଫେବୃଆରୀ ୨ ରୁ ଭାଇଜାଗରେ ଦ୍ୱିତୀୟ ଟେଷ୍ଟ, ଫେବୃଆରୀ ୧୫ ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃଆରୀ ୨୩ ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ ରୁ ଧରମଶାଳାରେ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ।
ପଢ଼ନ୍ତୁ-ICCର ‘ପ୍ଲେୟାର ଅଫ୍ ଦି ମନ୍ଥ୍’ ଘୋଷଣା, ଏହି ଖେଳାଳିଙ୍କୁ ମିଳିବ ସମ୍ମାନ
ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍
ବେନ୍ ଷ୍ଟୋକ୍ସ (ଅଧିନାୟକ), ରେହାନ୍ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗସ୍ ଆଟକିନ୍ସନ, ଜନି ବେୟାରଷ୍ଟୋ (ୱିକେଟ କିପର), ଶୋଏବ ବଶିର, ହ୍ୟାରି ବ୍ରୁକ୍, ଜ୍ୟାକ୍ କ୍ରାଓଲେ, ବେନ୍ ଡୁକେଟ୍, ବେନ୍ ଫକ୍ସ (ୱିକେଟ କିପର), ଟମ୍ ହାର୍ଟଲେ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ୍ , ଜୋ ରୁଟ୍ ଏବଂ ମାର୍କ ଉଡ୍।
ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ ସାରଣୀ
ପ୍ରଥମ ଟେଷ୍ଟ: ଜାନୁଆରୀ ୨୫-୨୯, ହାଇଦ୍ରାବାଦ।
ଦ୍ୱିତୀୟ ଟେଷ୍ଟ: ୨-୬ ଫେବୃଆରୀ, ଭାଇଜାଗ।
ତୃତୀୟ ଟେଷ୍ଟ: ୧୫-୧୯ ଫେବୃଆରୀ, ରାଜକୋଟ।
ଚତୁର୍ଥ ଟେଷ୍ଟ: ୨୩-୨୭ ଫେବୃଆରୀ, ରାଞ୍ଚି।
ପଞ୍ଚମ ଟେଷ୍ଟ: ୭-୧୧ ମାର୍ଚ୍ଚ, ଧରମଶାଳା।