ଅଶ୍ଵିନ ଓ କୁଲଦୀପଙ୍କ ଘାତକ ବୋଲିଂ, ୧୪୫ ରନରେ ଇଂଲଣ୍ଡ ଅଲଆଉଟ୍, ଭାରତକୁ ମିଳିଲା ଏତିକି ବିଜୟ ଲକ୍ଷ୍ୟ

Published By : Prameya-News7 Bureau | February 25, 2024 IST

ରାଞ୍ଚି: ରବିଚନ୍ଦ୍ରନ ଅଶ୍ଵିନ ଓ କୁଲଦୀପ ଯାଦବଙ୍କ ଘାତକ  ବୋଲିଂ। ତୃତୀୟ ଦିନରେ ପଲଟିଗଲା ଖେଳ। ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଦିନ ସୁଦ୍ଧା ମ୍ୟାଚ୍‌ରେ ଦୃଢ ସ୍ଥିତିରେ ଥିବା ଇଂଲଣ୍ଡ ନିଜର ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୫ ରନରେ ଅଲଆଉଟ୍ ହୋଇଛି। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ସାମ୍ନାରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି। ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି(୬୦ ରନ) ଓ ଜୋନି ବେୟାରଷ୍ଟୋ(୩୦)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଅଶ୍ଵିନ ୫ ଓ କୁଲଦୀପ  ଯାଦବ ୪ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଛନ୍ତି। ଏହା ପୂର୍ବରୁ ଆଜି ଭାରତ ପ୍ରଥମ ଇନିଂସରେ ଭାରତ ୩୦୭ ରନରେ ଅଲଆଉଟ୍ ହେବାରୁ ଇଂଲଣ୍ଡ ୪୬ ରନରେ ଆଗୁଆ ରହିଥିଲା।  

wp:heading {"level":4}

Also read- ଇଶାନଙ୍କ ସମେତ ଏହି ୩ ଖେଳାଳିଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା, ହେବାକୁ ଯାଉଛି ବଡ କାର୍ଯ୍ୟାନୁଷ୍ଠାନ

/wp:heading

ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହେବା ପରେ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା ଇଂଲଣ୍ଡ। ଆଉ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ରବିଚନ୍ଦ୍ରନ ଅଶ୍ଵିନ କ୍ରମାଗତ ୩ଟି ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ବ୍ୟାକଫୁଟ୍‌କୁ ଠେଲିଥିଲେ। ପଞ୍ଚମ ଓଭରରେ କ୍ରମାଗତ ଦୁଇଟି ବଲ୍‌ରେ ବେନ ଡକେଟ୍(୧୫) ଓ ଓଲି ପପ୍‌(୦)ଙ୍କୁ ଶିକାର କରିଥିଲେ ଅଶ୍ଵିନ। ଏହା ପରେ ଜୋ ରୁଟ୍‌(୧୧)ଙ୍କୁ ମଧ୍ୟ ପାଭିଲିୟନର ରାସ୍ତା ଦେଖାଇଥିଲେ ଭାରତର ଏହି ଷ୍ଟାର ସ୍ପିନର। ଅନ୍ୟପଟେ ଜ୍ୟାକ କ୍ରାଉଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା। କୁଲଦୀପ ଜ୍ୟାକ କ୍ରାଉଲିଙ୍କୁ ବୋଲ୍ଡ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ସେ ୯୧ ବଲ୍‌ରେ ୭ ଚୌକା ସହ ୬୦ ରନ କରି ପାଭିଲିୟନ ଫେରିଥିଲେ।

R Ashwin picked up his 35th five-wicket haul, India vs England, 4th Test, Ranchi, 3rd day, February 25, 2024
espncricinfo

ଏହା ପରେ ଅଧିନାୟକ ବେନ ଷ୍ଟୋକ୍ସ(୪)ଙ୍କୁ ମଧ୍ୟ ନିଜର ଶିକାର କରିଥିଲେ ଏହି ଚାଇନାମ୍ୟାନ ସ୍ପିନର। ମଧ୍ୟକ୍ରମରେ ବେୟାରଷ୍ଟୋ ଭଲ ବ୍ୟାଟିଂ କରୁଥିଲେ ହେଁ ଲମ୍ବା ଇନିଂସ ଖେଳି ପାରି ନ ଥିଲେ। ସେ ୪୨ ବଲ୍‌ରୁ ୩୦ ରନ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲରେ ଆଉଟ୍ ହୋଇଥିଲେ। ପୁଣି କୁଲଦୀପ ଟମ ହାର୍ଟଲୀ(୭ ରନ) ଓ ଓଲି ରବିନସନ(୦)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଆଉ ବାକି କାମ ପୂରା କରିଥିଲେ ଅଶ୍ଵିନ। ଏହି  ଭେଟେରାନ ବୋଲର ବେନ ଫୋକ୍ସ(୧୭) ଓ ଜେମ୍ସ ଆଣ୍ଡରସନ(୦)ଙ୍କୁ ଆଉଟ୍ କରି ଟେଷ୍ଟରେ ୩୫ମ ଥର ୫ ଓ୍ଵିକେଟ୍ ହାସଲ କରିଥିଲେ। ଏଥିସହ ଇଂଲଣ୍ଡ ୧୪୫ ରନରେ ଅଲଆଉଟ୍ ହୋଇଥିଲା।

"I told you", says Kuldeep Yadav after dismissing Zak Crawley, India vs England, 4th Test, Ranchi, 3rd day, February 25, 2024
espncricinfo

ଭାରତ ପକ୍ଷରୁ ଅଶ୍ଵିନ ୫୧ ରନ ଦେଇ ୫ ସଫଳତା ହାସଲ କରିଥିବା ବେଳେ କୁଲଦୀପ ଯାଦବ ମାତ୍ର ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଏହିପରି ତିନି ସ୍ପିନର ଇଂଲଣ୍ଡର ସମସ୍ତ ଓ୍ଵିକେଟ୍ ପୋଛି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.