scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରେମିକାର ବ୍ରେକ୍‌ଅପ୍‌ ସହିପାରିଲେନି ପ୍ରେମିକ, ଗଳା କାଟି କଲେ ହତ୍ୟା

17/11/2023 at 9:17 AM

ନୂଆଦିଲ୍ଲୀ ୧୭।୧୧: କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୨୧ ବର୍ଷ ବୟସ୍କ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ମିଳିବା ପରେ ଏଠାରେ ହଇଚଇ ସୃଷ୍ଟି ହୋଇଥିଲା। ଅଭିଯୋଗ ହୋଇଛି ଯେ ଛାତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିଛନ୍ତି। ବ୍ରେକଅପ୍ କାରଣକୁ ନେଇ ପ୍ରେମିକ ଏହି ପଦକ୍ଷେପ ନେଇଥିଲେ।

ପ୍ରେମିକଙ୍କୁ ପୋଲିସ କରିଛି ଗିରଫ

ନିକଟରେ ୨୧ବର୍ଷ ବର୍ଷିୟା ସୁଚିତ୍ରା ଇଞ୍ଜିନିୟରିଂ କରୁଥିଲେ । ତା’ପରେ ସେ କଲେଜରେ ପଢୁଥିବା  ସମୟରେ ତେଜସ୍‌କୁ ଭେଟିଥିଲେ ।  ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା । କିନ୍ତୁ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା, ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା।

ଏହା ପରେ ତେଜସ୍ ବହୁତ ଚିନ୍ତିତରେ ଥିଲେ । ସେ ସୁଚିତ୍ରାଙ୍କ ପ୍ରତି ମନରେ ରାଗ ରଖିଥିଲେ ।  ଏଭଳି ପରିସ୍ଥିତିରେ ତେଜସ୍ ସମ୍ପର୍କ ବିଷୟରେ ଆଲୋଚନା କରିବା ବାହାନା କରି ସୁଚିତ୍ରାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ କି ଯାଇଥିଲେ । ସେଠାରେ ସେ ସୁମିତ୍ରାଙ୍କ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଗଟଣା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ସୁଚିତ୍ରାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

   Related Posts