ଆଇଟି ଇଞ୍ଜିନିୟର ୮ ବର୍ଷ ପୂର୍ବରୁ ଅଳିଆରେ ଫୋପାଡ଼ି ଦେଇଥିଲେ ୩୪୦ ମିଲିୟନ ପାଉଣ୍ଡ ମୂଲ୍ୟର ବିଟକଏନ: ଖୋଜିବାକୁ ନାସାକୁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨ : ସାରା ଦୁନିଆରେ ଭର୍ଚୁଆଲ କରେନ୍ସି ବିଟକଏନର ଚାହିଦା ବଢିଛି। ଅନେକ ଲୋକ ବିଟକଏନ ଯୋଗୁଁ ରାତାରାତି କୋଟିପତି ହୋଇଯାଉଛନ୍ତି। ସେଥିପାଇଁ ଯୁବକଙ୍କ ମଧ୍ୟରେ ଭର୍ଚୁଆଲ କରେନ୍ସିର କ୍ରେଜ ବଢିଛି କାରଣ ଏହାର ମୂଲ୍ୟ ପ୍ରତିଦିନ ବୃଦ୍ଧି ପାଉଛି। ଆମେରିକାର କାଲିଫର୍ଣିଆରେ ରହୁଥିବା ଆଇଟି ଇଞ୍ଜିନିୟର ଜେମ୍ସ ବିଟକଏନ ଜରିଆରେ ଧନୀ ହେବାର ସ୍ବପ୍ନ ଦେଖୁଥିଲେ। କିନ୍ତୁ ତାଙ୍କର ବହୁତ କ୍ଷତି ହୋଇଗଲା।

୨୦୧୩ ରେ ଆଇଟି ଇଞ୍ଜିନିୟର ଜେମ୍ସ ହାବେଲ୍ସ ଭୁଲରେ ନିଜର ହାର୍ଡ ଡ୍ରାଇଭକୁ ଅଳିଆଗଦାରେ ଫୋପାଡ଼ି ଦେଇଥିଲେ ଯେଉଁଥିରେ ଗୋଟିଏ କ୍ରିପଟୋଗ୍ରାଫିକ 'ପ୍ରାଇଭେଟ କି' ଷ୍ଟୋର ଥିଲା। ଏହି ଛବି ଜେମ୍ସଙ୍କ ପାଖରେ ଥିବା ବିଟକଏନର ଯାହା ବିଟକଏନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଏବଂ ଆଜିର ସମୟରେ ଏହାର ମୂଲ୍ୟ ୩୪୦ ମିଲିୟନ ପାଉଣ୍ଡ। ଏବେ ସେ ନିଜ ଭାଗ୍ୟକୁ ବଞ୍ଚାଇବାକୁ ଆମେରିକା ସ୍ପେସ ଏଜେନ୍ସି ନାସାର ଡାଟା ଏକ୍ସପର୍ଟଙ୍କ ସାହାଯ୍ୟ ନେଇଛନ୍ତି।

CNBC ରିପୋର୍ଟ ଅନୁଯାୟୀ, ଜେମ୍ସ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ଯେ ତାଙ୍କୁ ଡ୍ରାଇଭ ଜରିଆରେ ଟଙ୍କା ମିଳିଲେ ସେ ତାର ୨୫% ସହରର କୋଭିଡ ରିଲିଫ ଫଣ୍ଡକୁ ଦେବେ। କିନ୍ତୁ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ସେ କହିଛନ୍ତି ଯେ ପ୍ରଶାସନ ପ୍ଲାନ ନ ଶୁଣି ମନା କରିଦେଇଛନ୍ତି।

ଜେମ୍ସ ଏଥିପାଇଁ ଦୁନିଆର ଅନେକ ଇଞ୍ଜିନିୟର, ପରିବେଶବାଦୀ ଓ ଡାଟା ରିକଭରୀ ବିଶେଷଜ୍ଞଙ୍କୁ ଯୋଗାଯୋଗ କରିଛନ୍ତି। ଏବେ ସେ ଅନଟ୍ରେକ କମ୍ପାନୀର ସାହାଯ୍ୟ ନେଇଛନ୍ତି। ଏହି ଡାଟା ରିକଭରୀ ଫର୍ମ ୨୦୦୩ ରେ ପୃଥିବୀରେ ପଡିବା ପରେ କଲମ୍ବିଆ ମହାକାଶଯାନର ପୋଡି ଯାଇଥିବା ଓ ନଷ୍ଟ ହୋଇଯାଇଥିବା ହାର୍ଡ ଡ୍ରାଇଭରୁ ଡାଟା ବାହାର କରିଦେଇଥିଲା। ଡାଟା ରିକଭରୀ ପାଇଁ ନାସା ମଧ୍ୟ ଏହି କମ୍ପାନୀର ସାହାଯ୍ୟ ନିଏ।

ଡାଟା ରିକଭରୀ ଫର୍ମ ଅନୁଯାୟୀ, ଯଦି ଜେମ୍ସଙ୍କ ହାର୍ଡ ଡ୍ରାଇଭ ଭାଙ୍ଗିନଥିବ ତାହେଲେ ତାଙ୍କ ବିଟକଏନ ପୁଣି ହାସଲ କରିବାର ୮୦ ରୁ ୯୦ ପ୍ରତିଶତ ସମ୍ଭାବନା ଅଛି। ଜେମ୍ସ କହିଛନ୍ତି ଯେ ସେ ୨୦୧୩ ରେ ଭୁଲରେ ଏହି ହାର୍ଡ ଡ୍ରାଇଭକୁ ଅଳିଆରେ ଫୋପାଡ଼ି ଦେଇଥିଲେ। ତାପରେ ସେ ନ୍ୟୂପୋର୍ଟ ସିଟି କାଉନସିଲରୁ ତାକୁ ଖୋଜିବାକୁ ଅନୁରୋଧ କରୁଛନ୍ତି ଯେପରି ତାଙ୍କୁ କୋଡ଼ ମିଳିଯିବ। ତେବେ ପ୍ରଶାସନ ଏହାକୁ ପରିବେଶ ଓ ଆର୍ଥିକ ବୋଝ ବୋଲି ଦର୍ଶାଇ ଅନୁମତି ଦେଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.