oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସ ହାତରେ ଧରାପଡିଲେ

30/10/2021 at 2:27 PM

ଢେଙ୍କାନାଳ ୩୦।୧୦: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବିଲ୍ କରିଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ।  ଆଉ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସରେ କାବୁ ହେଲେ ଜଣେ ସରକାରୀ ବାବୁ । ଏହି ସରକାରୀ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରା । ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ୧୫ ଶହ ଟଙ୍କା ସହ କାବୁ କରିଛି ।

ହିନ୍ଦୋଳ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୬ ସରଧାପୁରର ଶାନ୍ତିଲତା ବେହେରା ନାମକ ଜଣେ ଆବାସ ହିତାଧିକାରୀଙ୍କୁ ତାଙ୍କ ବିଲ୍ କରିଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ । ତେବେ ଶାନ୍ତିଲତାଙ୍କ ପୁଅ ମାନସ ବେହେରାଙ୍କଠାରୁ ପ୍ରଥମେ ୧୫ଶହ ଟଙ୍କା ନେଇଥିଲେ ମଧ୍ୟ ଆହୁରି ୧୫ଶହ ଟଙ୍କା ଦେଲେ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରା ଫାଇନାଲ ବିଲ୍ କରିବେ ବୋଲି ଦାବି କରିଥିଲେ । ଫଳରେ ମାନସ ବେହେରା ଅନୁଗୋଳ ଭିଜିଲାନ୍ସରେ ଅଭିଯୋଗ ମୁତାବକ ଭିଜିଲାନ୍ସ ଜଗି ରହିଥିଲେ ।

ମାନସଙ୍କଠାରୁ ୧୫ଶହ ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ କାବୁ କରିଥିବା ଜଣାପଡ଼ିଛି ।  ରଶ୍ମୀଙ୍କୁ ଗିରଫ କରି ଭିଜିଲାନ୍ସ ଟିମ୍ ଅନୁଗୋଳକୁ ନେଇଯାଇ ତଦନ୍ତ କରୁଥିବା ଜଣାପଡିଛି ।

   Related Posts